Mun Udei Nebi

ମୁଁ ଉଡେଇ ନେବି, ତୋ ବାଡ଼ୁଅ ମନ ଲୋ
ମୋ ଘରକୁ ନେବି କନିଆଁ କରି
ମୁଁ ଛଡ଼େଇ ନେବି, ତୋ କୁଆଁରୀ ଦିନ ଲୋ
ମୋ ଘରକୁ ନେବି ତୋ ହାତ ଧରି

ବଜେଇ ଯୋଡ଼ି-ମହୁରୀ
ସଜେଇ ଫୁଲ-ସବାରୀ

ଫୁଲ ସବାରୀରେ କନିଆଁ ହେଇ
ବସିଲେ ତୁ ଗୋରୀ ଓଢ଼ଣା ଦେଇ

ଆକାଶରୁ ତାରାଫୁଲ ପଡ଼ିବ ଝରି

ବଜେଇ ଯୋଡ଼ି-ମହୁରୀ
ସଜେଇ ଫୁଲ-ସବାରୀ
ବଜେଇ ଯୋଡ଼ି-ମହୁରୀ
ସଜେଇ ଫୁଲ-ସବାରୀ

ଫୁଲଫୁଟା ତୋର ଫୁଲେଇ ବୟସ
ଭୁଲେଇ ନେଲା ମୋ ମନ
ଭୁଲେଇ ନେଲା ମୋ ମନ

ମନ ଆକାଶରେ ଉଇଁଲୁ ତୁ ଗୋରୀ
ସାଜି ମୋ ପୁନେଇ-ଜହ୍ନ
ସାଜି ମୋ ପୁନେଇ-ଜହ୍ନ

ଜହ୍ନ ପରି ତୋର ଗୋରା ମୁହଁରେ
ସିନ୍ଦୁରର ଟିକା ଲାଗିଲା ପରେ

ଫଗୁଣରେ ସାତରଙ୍ଗ ଜୀବନ ଭରି

ବଜେଇ ଯୋଡ଼ି-ମହୁରୀ
ସଜେଇ ଫୁଲ-ସବାରୀ
ବଜେଇ ଯୋଡ଼ି-ମହୁରୀ
ସଜେଇ ଫୁଲ-ସବାରୀ

ରାଜ ଉଆସରେ ରଖିବିଲୋ ତତେ
ରାଜରାଣୀ ଟିଏ କରି
ରାଜରାଣୀ ଟିଏ କରି

ସୁନା-କନିଆଁ ମୋ ଖୁସିରେ ରହିବୁ
ସାଧବ ବୋହୁଟେ ପରି
ସାଧବ ବୋହୁଟେ ପରି

ସାଧବ-ବୋହୁ ମୋ ସଜେଇ ହୋଇ
ବାସର ଶେଯରେ ବସିଲେ ତୁହି

ରଜନୀଗନ୍ଧାରୁ ବାସ ଯିବଲୋ ଝରି

ବଜେଇ ଯୋଡ଼ି-ମହୁରୀ
ସଜେଇ ଫୁଲ-ସବାରୀ
ବଜେଇ ଯୋଡ଼ି-ମହୁରୀ
ସଜେଇ ଫୁଲ-ସବାରୀ

ମୁଁ ଉଡେଇ ନେବି, ତୋ ବାଡ଼ୁଅ ମନ ଲୋ
ମୋ ଘରକୁ ନେବି କନିଆଁ କରି
ମୁଁ ଛଡ଼େଇ ନେବି, ତୋ କୁଆଁରୀ ଦିନ ଲୋ
ମୋ ଘରକୁ ନେବି ତୋ ହାତ ଧରି

ବଜେଇ ଯୋଡ଼ି-ମହୁରୀ
ସଜେଇ ଫୁଲ-ସବାରୀ
ବଜେଇ ଯୋଡ଼ି-ମହୁରୀ
ସଜେଇ ଫୁଲ-ସବାରୀ
ବଜେଇ ଯୋଡ଼ି-ମହୁରୀ



Credits
Writer(s): Krushna Chandra Sabat
Lyrics powered by www.musixmatch.com

Link