Rangabati Ranga Chadhei

ଛିଟ ପକା ନାଲି ଶାଢ଼ୀ ଲୋ, ତତେ କିଏ ଦେଲା ପିନ୍ଧେଇ
ରଙ୍ଗବତୀ ରଙ୍ଗ ନାନୀ ଲୋ, ଦିନ ଯାଏ ତତେ ଅନେଇ
ଆଲୋ, ଛିଟ ପକା ନାଲି ଶାଢ଼ୀ ଲୋ, ତତେ କିଏ ଦେଲା ପିନ୍ଧେଇ
ରଙ୍ଗବତୀ ରଙ୍ଗ ନାନୀ ଲୋ, ଦିନ ଯାଏ ତତେ ଅନେଇ

ବୟସ ସତର, ବାସୁଛୁ ଅତର
ବୟସ ସତର, ବାସୁଛୁ ଅତର
ପବନ ହେଲାଣି ବାଇ, ବାଇ, ବାଇ

ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ
ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ

ସୁନେଲି-ସୁନେଲି ଚେହେରା ରୁ ତୋର, ସୁନା ଯାଏ ଝରି-ଝରି
ଆଲୋ ମୋ ହଂସିନୀ ଜହ୍ନରାତି ରାଣୀ, ଚାହାଣୀ ରେ ଦଉ ମାରି
ସୁନେଲି-ସୁନେଲି ଚେହେରା ରୁ ତୋର, ସୁନା ଯାଏ ଝରି-ଝରି
ଆଲୋ ମୋ ହଂସିନୀ ଜହ୍ନରାତି ରାଣୀ, ଚାହାଣୀ ରେ ଦଉ ମାରି

ରଙ୍ଗ ତୋ ରୂପସୀ, ଝିଅ ତୁ ଅଳସି
ରଙ୍ଗ ତୋ ରୂପସୀ, ଝିଅ ତୁ ଅଳସି
ଲାଜେଇ ନଈ ର କଇଁ, କଇଁ, କଇଁ

ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ
ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ

ନାଲି ଓଠ ତୋର ମହୁର ଝରଣା, ଏମିତି ଦଉଛୁ ହସି
ତୋ ହସକୁ ଦେଖି ହୃଦୟରେ ମୋର, ବାଜି ଉଠେ ପ୍ରେମ ବଂଶୀ
ନାଲି ଓଠ ତୋର ମହୁର ଝରଣା, ଏମିତି ଦଉଛୁ ହସି
ତୋ ହସକୁ ଦେଖି ହୃଦୟରେ ମୋର, ବାଜି ଉଠେ ପ୍ରେମ ବଂଶୀ

ତୋ ପାଇଁ ଲୋ ଗୋରି, ଫୁଲର ସବାରି
ତୋ ପାଇଁ ଲୋ ଗୋରି, ଫୁଲର ସବାରି
ବଇନା ଦେଇଛି ମୁହିଁ, ମୁହିଁ, ମୁହିଁ

ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ
ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ



Credits
Writer(s): Krushna Chandra, Panchanan Nayak
Lyrics powered by www.musixmatch.com

Link