Saja Tulashi

ଖେଳ ସରିଗଲା ମୁଁ ଫେରି ଯାଉଛି

ଖେଳ ସରିଗଲା ମୁଁ ଫେରି ଯାଉଛି
ଖେଳ ସରିଗଲା ମୁଁ ଫେରି ଯାଉଛି
ତୁଣ୍ଡରେ ମୋ ଦିଅ ଟିକେ ସଜ ତୁଳସୀ

ଖାଲି ହାତ ନେଇ ଚାଲିଯିବି ହସି-ହସି
ଖାଲି ହାତ ନେଇ ଚାଲିଯିବି ହସି-ହସି
ସ୍ୱର୍ଗ ଦୁଆର ଯିବା ବେଳ ଆସିଛି

ଖେଳ ସରିଗଲା ମୁଁ ଫେରି ଯାଉଛି
ଖେଳ ସରିଗଲା ମୁଁ ଫେରି ଯାଉଛି

ଆସିଥିଲି ଏକା ମୁଁ, ଯିବି ଏକା
ଜୀବ ଗଲା ବେଳେ କାଳିଆ ମୋ ସଖା
ତାର ନିର୍ମାଲ୍ୟ ଟିକେ ମତେ ଚଖା
କାନେ କହିଦିଅ ରାମନାମ ଗାଥା

ଆସିଥିଲି ଏକା ମୁଁ, ଯିବି ଏକା
ଜୀବ ଗଲା ବେଳେ କାଳିଆ ମୋ ସଖା
ତାର ନିର୍ମାଲ୍ୟ ଟିକେ ମତେ ଚଖା
କାନେ କହିଦିଅ ରାମନାମ ଗାଥା

ଛଅ ଖଣ୍ଡି କାଠେ ବାନ୍ଧି ମୋ କୋକେଇ
ଛଅ ଖଣ୍ଡି କାଠେ ବାନ୍ଧି ମୋ କୋକେଇ
ଚନ୍ଦନ ପାଣିରେ ଦିଅ ପୋଛି

ଖେଳ ସରିଗଲା ମୁଁ ଫେରି ଯାଉଛି
ଖେଳ ସରିଗଲା ମୁଁ ଫେରି ଯାଉଛି

ଯେତେ କରିଅଛି ମୁଁ ପାପ ପୁଣ୍ୟ
ସବୁ ଜାଣି ଅଛି ସେ କଳାବଦନ
ମିଛ ମାୟା ଭରା ମୋର ଏ ଜୀବନ
ପାଉଁଶର ତଳେ ହେବ ସମାଧାନ

ଯେତେ କରିଅଛି ମୁଁ ପାପ ପୁଣ୍ୟ
ସବୁ ଜାଣି ଅଛି ସେ କଳାବଦନ
ମିଛ ମାୟା ଭରା ମୋର ଏ ଜୀବନ
ପାଉଁଶର ତଳେ ହେବ ସମାଧାନ

ମିଛ ଦୁନିଆରୁ ମୁଁ ମୋହ ତୁଟେଇ
ମିଛ ଦୁନିଆରୁ ମୁଁ ମୋହ ତୁଟେଇ
କାଳିଆକୁ କରିଛି ଶେଷ ସାଥି

ଖେଳ ସରିଗଲା ମୁଁ ଫେରି ଯାଉଛି
ଖେଳ ସରିଗଲା ମୁଁ ଫେରି ଯାଉଛି

ତୁଣ୍ଡରେ ମୋ ଦିଅ ଟିକେ ସଜ ତୁଳସୀ

ଖାଲି ହାତ ନେଇ ଚାଲିଯିବି ହସି-ହସି
ଖାଲି ହାତ ନେଇ ଚାଲିଯିବି ହସି-ହସି
ସ୍ୱର୍ଗ ଦୁଆର ଯିବା ବେଳ ଆସିଛି

ଖେଳ ସରିଗଲା ମୁଁ ଫେରି ଯାଉଛି
ଖେଳ ସରିଗଲା ମୁଁ ଫେରି ଯାଉଛି



Credits
Writer(s): Ratan Pujhari
Lyrics powered by www.musixmatch.com

Link