Megha Nandini

ହେ-ହେ-ଲା
ହୋ-ହୋ-ହୁଁ

ତୁ ଶୁଭଦର୍ଶୀନି, ତୁ ପ୍ରୀୟଦର୍ଶିନି
ମୋ ମନକୁ କଲୁ ମୋହିନୀ

ଆଲୋ ମୋ ମେଘ-ନନ୍ଦିନୀ
ଆଲୋ ମୋ ମେଘ-ନନ୍ଦିନୀ

ହଁ ନବୁ ତୁ ଯଦି ନେଇଯା ମତେ ମେଘ ଦେଶକୁ
ଭିଜେଇ ଦେଇ ଛାଡ଼ିବୁ ମତେ ମାଘ ମାସକୁ

ମୁଁ ସୁବର୍ଣ୍ଣପୁର ରାଜକୁମାର
କରିବି ତତେ ବନ୍ଦିନୀ

ଆଲୋ ମୋ ମେଘ-ନନ୍ଦିନୀ
ଆଲୋ ମୋ ମେଘ-ନନ୍ଦିନୀ
ମୁଁ ତୋର ମେଘ-ନନ୍ଦିନୀ
ମୁଁ ତୋର ମେଘ-ନନ୍ଦିନୀ

ରାତି ଅଧରେ ସପନେ ଆସି ଚିମୁଟି ଦଉଛୁ
ନିଦ ଭାଙ୍ଗିଲେ ତତେ ଖୋଜିଲେ କଉଠି ଲୁଚୁଛୁ?
ହୋ, ଯଉଠି ମତେ ଖୋଜିବୁ ତୁହି ସେଇଠି ପାଇବୁ
ଭଲ ତୁ ଯଦି ପାଉଛୁ ମତେ ନଜର ରଖିବୁ

ମୁଁ ପ୍ରେମ-ନଗର ପ୍ରେମିକ ତୋର
ତୁ ମୋ ଚନ୍ଦ୍ର-ବଦନୀ

ଆଲୋ ମୋ ମେଘ-ନନ୍ଦିନୀ
ଆଲୋ ମୋ ମେଘ-ନନ୍ଦିନୀ
ମୁଁ ତୋର ମେଘ-ନନ୍ଦିନୀ
ମୁଁ ତୋର ମେଘ-ନନ୍ଦିନୀ

ହୋ-ହୋ-ହୋ
ହୋ-ହୋ-ହୋ

ଆଜି କାଲିକା ପୁଅଙ୍କ ପରି ଜମା ତୁ ହବୁନି
ମଝି ବାଟରେ ଛାଡ଼ି ଦେଇକି ହଜି ତୁ ଯିବୁନି
ହୁଁ, ତୋ ପରି ଝିଅ ପାଇବ ଯିଏ କିଏଲୋ ଛାଡ଼ିବ
ମାନିବ ନାହିଁ ରାତିକି ଦିନ ପଛରେ ପଡ଼ିବ

ତୁ ରସ-ରାଇଜ ରସିକ ମୋର
ମୁଁ ତୋ ରାଜ-ହଂଶିନି

ମୁଁ ତୋର ମେଘ-ନନ୍ଦିନୀ
ମୁଁ ତୋର ମେଘ-ନନ୍ଦିନୀ
ଆଲୋ ମୋ ମେଘ-ନନ୍ଦିନୀ
ଆଲୋ ମୋ ମେଘ-ନନ୍ଦିନୀ



Credits
Writer(s): Japani Bhai, Panchanan Nayak
Lyrics powered by www.musixmatch.com

Link