Jyotsna Ane Prajapati

ଜ୍ୟୋତ୍ସ୍ନା ଆଣେ ପ୍ରଜାପତି
ବଂଶୀ ଆଣେ ମାୟା
ନୟନ ଆଣେ ଦର୍ପଣ ଗୋ
କ୍ରୁରତା ଆଣେ ଛାୟା

ତୁମେ କିଗୋ ଆଣିପାର
ଦୁଃଖ ଛଡ଼ା ଆଉ କିଛି, ଆଉ କିଛି?

ତୁମ ପାଖେ ସଜନୀ ମୁଁ ଅଛି
ଗୁଣୁ-ଗୁଣୁ, ଗୁଣୁ-ଗୁଣୁ ମହୁମାଛି

ବିଳ୍ପକୁ ଆଣେ ବନଲତା
ଲୋତକ ଆଣେ ପ୍ରେମ
ଲନ୍ତି ଆଣେ ଶିଶିର ପାଟ-ବରଣ ଆଣେ ସମ

ତୁମେ କିଗୋ ଆଣିପାର
ଦୁଃଖ ଛଡ଼ା ଆଉ କିଛି, ଆଉ କିଛି?

ତୁମ ପାଖେ ସଜନୀ ମୁଁ ଅଛି
ଗୁଣୁ-ଗୁଣୁ, ଗୁଣୁ-ଗୁଣୁ ମହୁମାଛି

ଚାତକ ଆଣେ ମେଘ ଯେତେ
ଶ୍ରାବଣ ଆଣେ ନଦୀ
ଫଗୁଣ ଆଣେ ବନ୍ଦୀଶାଳା
ସମୟ ଆଣେ ସ୍ମୃତି

ତୁମେ କିଗୋ ଆଣିପାର
ସ୍ବପ୍ନ ଛଡ଼ା ଆଉ କିଛି, ଆଉ କିଛି?

ତୁମ ମନେ ବନ୍ଧା ମୁଁ ହେବି
ଝିଲମିଲ୍-ମିଲ୍, ଝିଲମିଲ୍-ମିଲ୍ ମଧୁ ସ୍ମୃତି

ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ



Credits
Writer(s): Akshaya Mohanty, Devdas Chhotaray
Lyrics powered by www.musixmatch.com

Link