Maa Jhadi Diye

ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି
ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି
ଅଝଟ ଝାଡ଼ଇ ବାପ
ଗୁଣିଆ ଝାଡ଼ଇ ଡାହାଣୀ ସିନା
ଗୁଣିଆ ଝାଡ଼ଇ ଡାହାଣୀ ସିନା

କାଳିଆ ଝାଡ଼ଇ ପାପରେ
କାଳିଆ ଝାଡ଼ଇ ପାପ
କାଳିଆ ଝାଡ଼ଇ ପାପରେ
କାଳିଆ ଝାଡ଼ଇ ପାପ

ଯୋଗୀ ଫେରିଗଲେ ଦୁଆର ମୁହଁରୁ
ଭୋଗୀକି ଲାଗଇ ଦୋଷ
ଯୋଗୀ ଫେରିଗଲେ ଦୁଆର ମୁହଁରୁ
ଭୋଗୀକି ଲାଗଇ ଦୋଷ
ଭକତ ଫେରିଲେ ତା ସିଂହଦୁଆରୁ
କାଳିଆକୁ ଲାଗେ ବିଷ

ବିଷ ଝାଡ଼ିଦିଏ ସାପୁଆ କେଳାରେ
ବିଷ ଝାଡ଼ିଦିଏ ସାପୁଆ କେଳାରେ
ପୂଜା ଝାଡ଼େ ଅଭିଶାପ
ଗୁଣିଆ ଝାଡ଼ଇ ଡାହାଣୀ ସିନା
ଗୁଣିଆ ଝାଡ଼ଇ ଡାହାଣୀ ସିନା

କାଳିଆ ଝାଡ଼ଇ ପାପରେ
କାଳିଆ ଝାଡ଼ଇ ପାପ
କାଳିଆ ଝାଡ଼ଇ ପାପରେ
କାଳିଆ ଝାଡ଼ଇ ପାପ

ସରଗକୁ ଶିଡ଼ି ବାଇଶି ପାହାଚ
ଦୁଆରେ ଦେଇଚି ଡୋରି
ସରଗକୁ ଶିଡ଼ି ବାଇଶି ପାହାଚ
ଦୁଆରେ ଦେଇଚି ଡେରି
ଯେତେ ଇଛା କଲେ ଚଢ଼ି କେ ପାରିବ
ନ ଲାଗିଲେ ତାର ଡୋରି

ସେ ଡୋରି ଲାଗଇ ହୃଦୟ ବେଢ଼ାରେ
ସେ ଡୋରି ଲାଗଇ ହୃଦୟ ବେଢ଼ାରେ
ଜଳିଲେ ଭକତି ଦୀପ
ଗୁଣିଆ ଝାଡ଼ଇ ଡାହାଣୀ ସିନା
ଗୁଣିଆ ଝାଡ଼ଇ ଡାହାଣୀ ସିନା

କାଳିଆ ଝାଡ଼ଇ ପାପରେ
କାଳିଆ ଝାଡ଼ଇ ପାପ
କାଳିଆ ଝାଡ଼ଇ ପାପରେ
କାଳିଆ ଝାଡ଼ଇ ପାପ

ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି
ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି
ଅଝଟ ଝାଡ଼ଇ ବାପ
ଗୁଣିଆ ଝାଡ଼ଇ ଡାହାଣୀ ସିନା
ଗୁଣିଆ ଝାଡ଼ଇ ଡାହାଣୀ ସିନା

କାଳିଆ ଝାଡ଼ଇ ପାପରେ
କାଳିଆ ଝାଡ଼ଇ ପାପ
କାଳିଆ ଝାଡ଼ଇ ପାପରେ
କାଳିଆ ଝାଡ଼ଇ ପାପ
କାଳିଆ ଝାଡ଼ଇ ପାପରେ
କାଳିଆ ଝାଡ଼ଇ ପାପ



Credits
Writer(s): Manmath Mishra, Basanta Raj Samal
Lyrics powered by www.musixmatch.com

Link