Gavare Malli Phoola

ଗଭାରେ ମଲ୍ଲି ଫୁଲ...
ଗଭାରେ ମଲ୍ଲି ଫୁଲ ଗଜରା
ଆଖିରେ ମିଠା-ମିଠା ଇଶାରା

ଗଭାରେ ମଲ୍ଲି ଫୁଲ ଗଜରା
ଆଖିରେ ମିଠା-ମିଠା ଇଶାରା

ସରଗର ଚାନ୍ଦ ଆଜି, ଆସିଛି ମୋ ବଧୂ ସାଜି
ସରଗର ଚାନ୍ଦ ଆଜି, ଆସିଛି ମୋ ବଧୂ ସାଜି

ରୂପର ଚାନ୍ଦିନୀ ଖେଳେ ଏ ଘର ସାରା

କହେ ମୋ ମଲ୍ଲି ଫୁଲ...
କହେ ମୋ ମଲ୍ଲି ଫୁଲ ଗଜରା
ବୁଝୁନ ତମେ ଜମା ଇଶାରା
କହେ ମୋ ମଲ୍ଲି ଫୁଲ ଗଜରା
ବୁଝୁନ ତମେ ଜମା ଇଶାରା

ମନ ଦେଇ ମନ ନିଅ, ମୋ ରାଣ କିଛି କୁହ
ହୋ, ମନ ଦେଇ ମନ ନିଅ, ମୋ ରାଣ କିଛି କୁହ

ରାତି ପରା ଛୋଟ ଆଉ କଥା ଅସରା

ଗଭାରେ ମଲ୍ଲି ଫୁଲ ଗଜରା
ଆଖିରେ ମିଠା-ମିଠା ଇଶାରା

ସପନରେ ତମେ ଆସିଥିଲ ନୀତି
ନୂଆ ନୁହେଁ ଆମ ପରିଚୟ
ଅତି ଜଣାଶୁଣା, ନିହାତି ଆପଣା
ଏଇ ତୁମ ଆଖି ଆଉ ମୁହଁ

ବାହୁରେ ତୁମରି ଝୁଲି, ଦୁନିଆଁକୁ ଯିବି ବୁଲି
ବାହୁରେ ତୁମରି ଝୁଲି, ଦୁନିଆଁକୁ ଯିବି ବୁଲି

ଚାଲୁଥିବି ଛାଇ ପରି ଜୀବନ ସାରା

ଗଭାରେ ମଲ୍ଲି ଫୁଲ ଗଜରା
ଆଖିରେ ମିଠା-ମିଠା ଇଶାରା

ଆସି ନାହିଁ କେହି, ଆସିବେନି କେହି
ତୁମ ଛଡା ଏଇ ଜୀବନରେ
ଦେବିନି ହଜେଇ, ରଖିବି ଲୁଚେଇ
ତୁମକୁ ଏ ପଣତ କାନିରେ

ଯେମିତି ମୁଁ ଖୋଜୁଥିଲି, ସେମିତି ମୁଁ ପାଇଗଲି
ହୋ, ଯେମିତି ମୁଁ ଖୋଜୁଥିଲି, ସେମିତି ମୁଁ ପାଇଗଲି

କପାଳରେ ଥିଲେ ମିଳେ ଏମିତି ହୀରା

କହେ ମୋ ମଲ୍ଲି ଫୁଲ...
ହୋ, କହେ ମୋ ମଲ୍ଲି ଫୁଲ ଗଜରା
ବୁଝୁନ ତମେ ଜମା ଇଶାରା
ଗଭାରେ ମଲ୍ଲି ଫୁଲ ଗଜରା
ଆଖିରେ ମିଠା-ମିଠା ଇଶାରା

ମନ ଦେଇ ମନ ନିଅ, ମୋ ରାଣ କିଛି କୁହ
ହୋ, ସରଗର ଚାନ୍ଦ ଆଜି, ଆସିଛି ମୋ ବଧୂ ସାଜି

ରାତି ପରା ଛୋଟ ଆଉ କଥା ଅସରା

ଗଭାରେ ମଲ୍ଲି ଫୁଲ ଗଜରା
ଆଖିରେ ମିଠା-ମିଠା ଇଶାରା
କହେ ମୋ ମଲ୍ଲି ଫୁଲ ଗଜରା
ଆଖିରେ ମିଠା-ମିଠା ଇଶାରା



Credits
Writer(s): Biju Swain, Sirsananda Daskanungo, Nizam Subodh Pattnaik
Lyrics powered by www.musixmatch.com

Link