Aji Kain Mate Re (From "Gote Suaa Gote Sari")

ଆଜି କାଇଁ ମୋତେରେ ଭଲ ଲାଗେ ଏତେରେ?
ଆଜି କାଇଁ ମୋତେରେ ଭଲ ଲାଗେ ଏତେରେ?
ଜାଣିହୁଏ ନାହିଁ କିଛିରେ

ବିନା ଛୁଆଁରେ, କେବେ ସ୍ୱପ୍ନରେ, କେବେ ସତରେ, କେବେସାମ୍ନାରେ
ଆସୁରେ
କେବେ ଉଡୁଛି, କେବେ ପଡୁଛି, କେବେ ଝୁଣ୍ଟୁଛି
ରାସ୍ତାରେ

ଆଜି କାଇଁ ମୋତେରେ ବିନାକିଛି ସର୍ତରେ କହିବାକୁ ଇଚ୍ଛା ହୁଏରେ?
ତୋ ଆଗରେ ଓ ସାଥିରେ ତୋ ବିନାରେ ଭଲଲାଗେନା କିଛିରେ
କେବେ ଆସିବୁ, ପାଖେ ବସିବୁ, ହାତ ରଖିବୁ ହାତରେ

ବରଷା ଆଜି ମଜାତ ଲାଗେ ଉଷୁମ ଲାଗେ ଶୀତ
ତୋରି ପାଇଁ ସହରସାରା ବସିଛି ଫୁଲହାଟ
ତୋରି ପାଇଁ ସହରସାରା ବସିଛି ଫୁଲହାଟ

ଆଜି କାଇଁ ମୋତେରେ ଝୁମିବାକୁ ଇଛାରେ?
ଆଜି କାଇଁ ମୋତେରେ ଝୁମିବାକୁ ଇଛାରେ?
ସାରା ଦିନ, ସାରା ରାତିରେ

ତୋ ସାଥିରେ, ବିନା ନିଶାରେ, ବିନା ଈର୍ଷାରେ, ବିନା ଚର୍ଚ୍ଚାରେ
ସାଥିରେ
କେବେ ଫୁଲରେ, କେବେ କଣ୍ଟାରେ, ମେଘର ଦୋଳିରେ
ଜୀବନ ଆଜି ସୁନ୍ଦର ଲାଗେ ସତେକି ତୋ ପାଇଁ
ଯୁଆଡେ ଗଲେ ଯଉଠି ଥିଲେ ଲାଗୁଛି ତୋ ଛାଇ
ଯୁଆଡେ ଗଲେ ଯଉଠି ଥିଲେ ଲାଗୁଛି ତୋ ଛାଇ

ଆଜି କାଇଁ ମୋତେରେ ଚାଲିବାକୁ ଇଛାରେ?
ଆଜି କାଇଁ ମୋତେରେ ଚାଲିବାକୁ ଇଛାରେ?
ଦୁହେଁ ମିଶି ଗୋଟେ ଛାତରେ

ତୋ ସାଥିରେ କେବେ କହିବୁ, କେବେ ଶୁଣିବୁ, କେବେ ଡାକିବୁ
ସାଥିରେ
କେବେ ଆସିବୁ, ଟିକେ ହସିବୁ, ମନ ବୁଝିବୁ
ମିତରେ
ଓ ସାଥିରେ, ତୋ ବିନାରେ, ଭଲ ଲାଗେନା କିଛିରେ
କେବେ ଆସିବୁ, ପାଖେ ବସିବୁ, ହାତ ରଖିବୁ
ହାତରେ



Credits
Writer(s): Prem Anand
Lyrics powered by www.musixmatch.com

Link