Gotie Muhurtha Title (From "Gote Suaa Gote Sari")

ଗୋଟିଏ ମୁହୂର୍ତ୍ତ ବଞ୍ଚିବାଟା କଷ୍ଟ
ହେ ଗୋଟିଏ ମୁହୂର୍ତ୍ତବି ଞ୍ଚିବାଟା କଷ୍ଟ
ଜଣେ ତ ଜଣକୁ ଅଲଗା କରି

ଗୋଟେ ଶୁଆ ଅହା, ଗୋଟେ ଶାରୀ ଏହେ
ଗୋଟେ ଶୁଆ, ଗୋଟେ ଶାରୀ

ଦୁଇଟି ଦେହରେ ଗୋଟିଏ ଜୀବନ
ଚାରିଟି ଆଖିରେ ଗୋଟିଏ ସପନ
ସପନ କାହାର ଜୀବନେ ସରେ

ଗୋଟେ ଶୁଆ ଅହା, ଗୋଟେ ଶାରୀ ଓହୋ
ଗୋଟେ ଶୁଆ, ଗୋଟେ ଶାରୀ

ଜଣକ ଆଖୀରେ ସପନ ଡାଳରେ ଆଉ ଜଣେ ଦୋଳି ଖେଳେ
ଜଣଙ୍କର ଆଶା ବାନ୍ଧୁ ଥାଏ ବସା ଜଣଙ୍କର ଛାତି ତଳେ
ଓ, ଜଣକ ଆଖୀରେ ସପନ ଡାଳରେ ଆଉ ଜଣେ ଦୋଳି ଖେଳେ
ଜଣଙ୍କର ଆଶା ବାନ୍ଧୁ ଥାଏ ବସା ଜଣଙ୍କର ଛାତି ତଳେ

ଜଣଙ୍କ ଛାତିରେ ଜଣଙ୍କ ସ୍ପନ୍ଦନ
ହଜାରେ ଜନ୍ମର ଏ ପ୍ରେମ ବନ୍ଧନ
ଏ ପ୍ରେମ କାହାର ଯିବନି ହାରି

ଗୋଟେ ଶୁଆ ଅହା, ଗୋଟେ ଶାରୀ ଓହୋ
ଗୋଟେ ଶୁଆ, ଗୋଟେ ଶାରୀ

ଜଣେ ଗଲେ ଋଷି ଆଉଜଣେ ବସି ଗୀତ ଗାଏ ଗୁଣୁ-ଗୁଣୁ
ମାନ-ଅଭିମାନ ଭୁଲିଯାଏ ଜଣେ ସେଇ ଗୀତ ଶୁଣୁ-ଶୁଣୁ
ଜଣେ ଗଲେ ଋଷି ଆଉଜଣେ ବସି ଗୀତ ଗାଏ ଗୁଣୁ-ଗୁଣୁ
ମାନ-ଅଭିମାନ ଭୁଲିଯାଏ ଜଣେ ସେଇ ଗୀତ ଶୁଣୁ-ଶୁଣୁ

ଗୋଟିଏ ଗୀତରେ ଦୁହିଁଙ୍କର ସ୍ୱର
ହଁ ଖୋଲା ଆକାଶରେ ଝାଡୁଥାନ୍ତି ପର
ଦୁହେଁ ତ ଦୁହିଁଙ୍କୁ ନିଜର କରି

ଗୋଟେ ଶୁଆ ଅହା, ଗୋଟେ ଶାରୀ ଏହେ
ଗୋଟେ ଶୁଆ, ଗୋଟେ ଶାରୀ



Credits
Writer(s): Prem Anand
Lyrics powered by www.musixmatch.com

Link