Toh Pada Re Aalata

ତୋ ପାଦର ଅଳତାକୁ
କେହି ଛୁଇଁ ନ ଯାଉ
ତୋ ମଥାର ଓଢଣିକୁ
କେହି ଛୁଇଁ ନ ଯାଉ

ବରଷା କି ମେଘ? ବୈଶାଖ କି ମାଘ?
ସକାଳର କାକର ବିନ୍ଦୁ

ତୋ ଦେହର ବାସ୍ନାକୁ
କେହି ଛୁଇଁ ନଯାଉ
କେହି ଛୁଇଁ ନଯାଉ

ପାହାଡ଼ ଝରଣା ବନ-ଉପବନ
ନିରବତା ଏତେ କାଇଁ?
ମୋ ଫୁଲକୁ ଦେଖି ଲୋ ବନ-ଫୁଲ
ଲାଜ କରୁ କହ କାଇଁ?

ମଳୟ ଝୁରୁଛି ତୋ ଗଭାର ବାସ
ନଦୀ ବି ଝୁରୁଛି ତୋ ପାଦ ପରଶ
ଝୁରୁଛି ପୂର୍ଣ୍ଣମୀ ଇନ୍ଦୁ
ହୁଁ-ହୁଁ-ହାଁ-ହାଁ-ହୋ-ହୋ

ତୋ ରୂପର ଉପମାକୁ
କେହି ଛୁଇଁ ନ ଯାଉ
ତୋ ଲାଜର ଗହଣାକୁ
କେହି ଛୁଇଁ ନ ଯାଉ

ସକାଳ କି ସଞ୍ଜ? ମେଳଣ କି ରଜ?
ଠୋପା-ଠୋପା ଲୁହର ବିନ୍ଦୁ

ତୋ ମଥାର ଓଢଣାକୁ
କେହି ଛୁଇଁ ନ ଯାଉ
କେହି ଛୁଇଁ ନ ଯାଉ

ପ୍ରେମରେ ବିରହ ଦେଲା ଏତେ ତୃଷ୍ଣା
ଫୁଲ ଭୁଲିଗଲା ବାସ୍ନା
ଜହ୍ନରେ ଲାଗିଛି କଳଙ୍କର ଦାଗ
ସ୍ବପ୍ନ ଦେଖିବାକୁ ମନା

ଫଗୁଣ ଚାହିଁଛି ତୋ ଫେରିବା ବାଟ
ଶ୍ରାବଣ ଚାହିଁଛି ତୋ ଗାଧୁଆ ତୁଠ
ଚାହିଁଛି ରଜନୀ-ଗନ୍ଧା
ହାଁ-ହାଁ-ହୁଁ-ହୁଁ-ହୋ-ହୋ

ତୋ ମନର ଭାବନା କୁ
କେହି ଛୁଇଁ ନଯାଉ
ତୋ ସ୍ୱପ୍ନର ବଗିଚାକୁ
କେହି ଛୁଇଁ ନଯାଉ

ଆକାଶ କି ମାଟି? ଅଗଣା କି ଝୋଟି?
ସିନ୍ଦୁରୀ ତୋ ଚନ୍ଦନ ବିନ୍ଦୁ

ତୋ ମଥାର ଓଢଣାକୁ
କେହି ଛୁଇଁ ନଯାଉ
କେହି ଛୁଇଁ ନଯାଉ
କେହି ଛୁଇଁ ନଯାଉ



Credits
Writer(s): P Kumar
Lyrics powered by www.musixmatch.com

Link