Boli De Re Kaliya

ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ

ଦେ ତୋ ନିର୍ମାଲ୍ୟ, ଦେ ତୋ ତୁଳସୀ
ଦେ ତୋ ନିର୍ମାଲ୍ୟ, ଦେ ତୋ ତୁଳସୀ
ଶେଷ ବେଳେ ମୋ ମୁହଁରେ

ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
ଛଅ ଖଣ୍ଡ କାଠ ଆଣି ତୋ ରଥରୁ କୋକେଇ ମୋ ବାନ୍ଧିଦବୁ
କୋକେଇ ମୋ ବାନ୍ଧିଦବୁ
ଖଣ୍ଡେ ଆଣି ତୋର ଖଣ୍ଡୁଆ ପାଟରୁ ଦେହରେ ମୋ ଢାଙ୍କିଦବୁ
ଦେହରେ ମୋ ଢାଙ୍କିଦବୁ

ଗାଇଦେ ରେ ପଡେ ଗୀତା ଭାଗବତ
ଗାଇଦେ ରେ ପଡେ ଗୀତା ଭାଗବତ
ଗଲା ବେଳେ ମୋ ପାଖରେ

ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
ଶବକୁ ମୋର ସ୍ୱର୍ଗଦ୍ୱାର ଯାଏଁ କାନ୍ଧେଇ ତୁ ନେଇଯିବୁ
କାନ୍ଧେଇ ତୁ ନେଇଯିବୁ
ରୋଷ ଘର ନିଆଁ ଆଣି ତୁ ଧନ ରେ ମୁହଁରେ ମୋ ନିଆଁ ଦବୁ
ମୁହଁରେ ମୋ ନିଆଁ ଦବୁ

ପୁଣ୍ୟ କରିଥିଲେ ବଇକୁଣ୍ଠପୁର
ପୁଣ୍ୟ କରିଥିଲେ ବଇକୁଣ୍ଠପୁର
ନେଇଯିବୁ ତୋ ଇଚ୍ଛାରେ

ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ

ଦେ ତୋ ନିର୍ମାଲ୍ୟ, ଦେ ତୋ ତୁଳସୀ
ଦେ ତୋ ନିର୍ମାଲ୍ୟ, ଦେ ତୋ ତୁଳସୀ
ଶେଷ ବେଳେ ମୋ ମୁହଁରେ

ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ

ବାସ ଚନ୍ଦନ ମୋ ମଥାରେ
ବାସ ଚନ୍ଦନ ମୋ ମଥାରେ



Credits
Writer(s): Bhushan Dua
Lyrics powered by www.musixmatch.com

Link