Duniya Bada Dandare

ଦୁନିଆଁ ବଡଦାଣ୍ଡରେ, ମନ ରେ...
ଦୁନିଆଁ ବଡଦାଣ୍ଡରେ, ସମୟର ପଥ ଧାରେ
ଗଡି-ଗଡି ଯାଏ ଆମ ଜୀବନ-ରଥ
ଗଡି-ଗଡି ଯାଏ ଆମ ଜୀବନ-ରଥ

ଦୁନିଆଁ ବଡଦାଣ୍ଡରେ, ସମୟର ପଥ ଧାରେ
ଦୁନିଆଁ ବଡଦାଣ୍ଡରେ, ସମୟର ପଥ ଧାରେ
ଗଡି-ଗଡି ଯାଏ ଆମ ଜୀବନ ରଥ
ଗଡି-ଗଡି ଯାଏ ଆମ ଜୀବନ ରଥ

ପାପ-ପୁଣ୍ୟର ଦଉଡି ନେଇଯାଏ ତାକୁ ଭିଡି
ପାପ-ପୁଣ୍ୟର ଦଉଡି ନେଇଯାଏ ତାକୁ ଭିଡି

ଲଗେଇଛି ସବୁ ନାଟ ଏକା ସେ ଜଗନ୍ନାଥ
ଲଗେଇଛି ସବୁ ନାଟ ଏକା ସେ ଜଗନ୍ନାଥ

ଦୁନିଆଁ ବଡଦାଣ୍ଡରେ, ସମୟର ପଥ ଧାରେ

ଏପଟୁ ଟାଣୁଛି ସୁଖ, ସେପଟୁ ଦୁଃଖ
ଆଶା-ନିରାଶା ଭିତରେ ରହି-ରହି ତ
ଏପଟୁ ଟାଣୁଛି ସୁଖ, ସେପଟୁ ଦୁଃଖ
ଆଶା-ନିରାଶା ଭିତରେ ରହି-ରହି ତ

ମମତାର ଶଙ୍ଖ-ଧ୍ୱନି ଶୁଭୁଛି ପାସେ
ସତର ମିଛର କେତେ କାହାଳି ବାଜେ

କେଉଁଠି ଅଟକି ଯିବ, ମନ ରେ...
କେଉଁଠି ଅଟକି ଯିବ କେଉଁଠି ବା ଭାଙ୍ଗିଯିବ
କେଉଁଠି ଅଟକି ଯିବ କେଉଁଠି ବା ଭାଙ୍ଗିଯିବ

ସ୍ୱର୍ଗ କି ନରକ ଯିବ କିଏ ଜଣେ ତ?
ସ୍ୱର୍ଗ କି ନରକ ଯିବ କିଏ ଜଣେ ତ?

ଦୁନିଆଁ ବଡଦାଣ୍ଡରେ, ସମୟର ପଥ ଧାରେ

ଜନମଠାରୁ ମରଣ ଯେତିକି ଦୂର
ଯିବାପାଇଁ ହେବ ତାକୁ ସେତିକି ଦୂର
ଜନମଠାରୁ ମରଣ ଯେତିକି ଦୂର
ଯିବାପାଇଁ ହେବ ତାକୁ ସେତିକି ଦୂର
ଏମିତି ଜୀବନ-ରଥ ଚାଲିଛି ଚାଲିବ
ନୂଆ ପାଇ ପୁରୁଣାକୁ ଭୁଲି ସେ ଯିବ

ଜଣକରେ ହବ ପର, ମନ ରେ...
କ୍ଷଣକରେ ହବ ପର ସେ ନୁହେଁ ନିଜର ତାର
କ୍ଷଣକରେ ହବ ପର ସେ ନୁହେଁ ନିଜର ତାର

ଏକା ସେ ଏକା ନିଜର ଜନ୍ମେ-ଜନ୍ମେ ତ
ଏକା ସେ ଏକା ନିଜର ଜନ୍ମେ-ଜନ୍ମେ ତ

ଦୁନିଆଁ ବଡଦାଣ୍ଡରେ, ସମୟର ପଥ ଧାରେ
ଦୁନିଆଁ ବଡଦାଣ୍ଡରେ, ସମୟର ପଥ ଧାରେ
ଗଡି-ଗଡି ଯାଏ ଆମ ଜୀବନ-ରଥ
ଗଡି-ଗଡି ଯାଏ ଆମ ଜୀବନ-ରଥ

ପାପ-ପୁଣ୍ୟର ଦଉଡି ନେଇଯାଏ ତାକୁ ଭିଡି
ପାପ-ପୁଣ୍ୟର ଦଉଡି ନେଇଯାଏ ତାକୁ ଭିଡି

ଲଗେଇଛି ସବୁ ନାଟ ଏକା ସେ ଜଗନ୍ନାଥ
ଲଗେଇଛି ସବୁ ନାଟ ଏକା ସେ ଜଗନ୍ନାଥ
ଲଗେଇଛି ସବୁ ନାଟ ଏକା ସେ ଜଗନ୍ନାଥ
ଲଗେଇଛି ସବୁ ନାଟ ଏକା ସେ ଜଗନ୍ନାଥ
ଲଗେଇଛି ସବୁ ନାଟ ଏକା ସେ ଜଗନ୍ନାଥ



Credits
Writer(s): Kajal Kesh, Pradip Parida
Lyrics powered by www.musixmatch.com

Link