Kahiba Kiese

କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି
କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି

ଡାକିଲେ ସେହି ନାମ, ପାଇବ ଧନ-ଜନ
ଡାକିଲେ ସେହି ନାମ, ପାଇବ ଧନ-ଜନ
ପାଇବ ଶାନ୍ତି

କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି
କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି

ପାଞ୍ଚଟି ଅକ୍ଷରରୁ ପ୍ରଥମ ତିନୋଟି, ପ୍ରଥମ ତିନୋଟି
ମିଶାଇ ପଢ଼ିନିଅ ବୁଝିବ ସୃଷ୍ଠି,, ବୁଝିବ ସୃଷ୍ଠି
ହଁ, ପାଞ୍ଚଟି ଅକ୍ଷରରୁ ପ୍ରଥମ ତିନୋଟି, ପ୍ରଥମ ତିନୋଟି
ମିଶାଇ ପଢ଼ିନିଅ ବୁଝିବ ସୃଷ୍ଠି,, ବୁଝିବ ସୃଷ୍ଠି

ତୃତୀୟେ ଚତୁର୍ଥଟି ମିଶାଇ ଦେବ ଯଦି
ତୃତୀୟେ ଚତୁର୍ଥଟି ମିଶାଇ ଦେବ ଯଦି
ହେବ ସେ ପତି

କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି
କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି

ଅତୀତ ହେବ ତାର ମାନେ ବୁଝିନିଅ, ମାନେ ବୁଝିନିଅ
ଅକ୍ଷର ମିଶିଗଲେ ଦ୍ୱିତୀୟ-ତୃତୀୟ, ଦ୍ୱିତୀୟ-ତୃତୀୟ
ହଁ, ଅତୀତ ହେବ ତାର ମାନେ ବୁଝିନିଅ, ମାନେ ବୁଝିନିଅ
ଅକ୍ଷର ମିଶିଗଲେ ଦ୍ୱିତୀୟ-ତୃତୀୟ, ଦ୍ୱିତୀୟ-ତୃତୀୟ

ଦ୍ଵିତୀୟେ ପ୍ରଥମକୁ ମିଶାଇ ଦେଖ ତାକୁ
ଦ୍ଵିତୀୟେ ପ୍ରଥମକୁ ମିଶାଇ ଦେଖ ତାକୁ
ବୁଝିବ ହାତୀ

କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି
କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି

ସିଏ ତ ବିଷଧର ସାପଟିର ନାମ, ସାପଟିର ନାମ
ଚତୁର୍ଥେ ଦ୍ୱିତୀୟର ହୋଇଲେ ମିଳନ, ହୋଇଲେ ମିଳନ
ସିଏ ତ ବିଷଧର ସାପଟିର ନାମ, ସାପଟିର ନାମ
ଚତୁର୍ଥେ ଦ୍ୱିତୀୟର ହୋଇଲେ ମିଳନ, ହୋଇଲେ ମିଳନ

ଅକ୍ଷର ସବୁ ନିଅ, ଜଗତନାଥ କୁହ
ଅକ୍ଷର ସବୁ ନିଅ, ଜଗତନାଥ କୁହ
ପାଇବ ମୁକ୍ତି

କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି
କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି

ଡାକିଲେ ସେହି ନାମ, ପାଇବ ଧନ-ଜନ
ଡାକିଲେ ସେହି ନାମ, ପାଇବ ଧନ-ଜନ
ପାଇବ ଶାନ୍ତି

କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି
ହାଁ, କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି

କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି
କହିବ କିଏ ସେ ନାମଟି?
ଅକ୍ଷର ମିଶି ପାଞ୍ଚ ଗୋଟି



Credits
Writer(s): Saroj Tripathy, Bijay Swain Biju
Lyrics powered by www.musixmatch.com

Link