Shrabanare Bhiji

ଶ୍ରାବଣରେ ଭିଜି-ଭିଜି ଆସ ଥରେ
ଶ୍ରାବଣରେ ଭିଜି-ଭିଜି ଆସ ଥରେ
ପ୍ରିୟା ତମେ କୁହ କେତେ ଦୂରେ
ଶ୍ରାବଣରେ ଭିଜି-ଭିଜି ଆସ ଥରେ
ପ୍ରିୟା ତମେ କୁହ କେତେ ଦୂରେ

ଏଠି ମୁଁ ଜଳୁଛି ବିରହ ନିଆଁରେ
ଏଠି ମୁଁ ଜଳୁଛି ବିରହ ନିଆଁରେ
ନିଜକୁ ଖୋଜୁଛି ଖାଲି ଅନ୍ଧାରରେ

ପ୍ରିୟା ତମେ କୁହ କେତେ ଦୂରେ
ଶ୍ରାବଣରେ ଭିଜି-ଭିଜି ଆସ ଥରେ
ପ୍ରିୟା ତମେ କୁହ କେତେ ଦୂରେ
ପ୍ରିୟା ତମେ କୁହ କେତେ ଦୂରେ

ଫଗୁଣରେ ତମେ ପ୍ରିୟା ଆସିଲନି ଗୋ
ଫୁଲ ଫୁଟି ଥିଲା ସବୁ ଝଡ଼ିଗଲା
ହୋ, ଫଗୁଣରେ ତମେ ପ୍ରିୟା ଆସିଲନି ଗୋ
ଫୁଲ ଫୁଟି ଥିଲା ସବୁ ଝଡ଼ିଗଲା

ଆକାଶରେ ଜହ୍ନ ଆଉ ହସୁନାହିଁ ଗୋ
ଜହ୍ନକୁ ଅଜଣା କେଉଁ ରୋଗ ହେଲା

ତମେ ଗଲାପରେ ଭାସେ ମୁଁ ଲୁହରେ
ତମେ ଗଲାପରେ ଭାସେ ମୁଁ ଲୁହରେ
ଉଆଁସ ଆସୁଛି ଏବେ ପୁନେଇରେ

ପ୍ରିୟା ତମେ କୁହ କେତେ ଦୂରେ
ଶ୍ରାବଣରେ ଭିଜି-ଭିଜି ଆସ ଥରେ
ପ୍ରିୟା ତମେ କୁହ କେତେ ଦୂରେ
ପ୍ରିୟା ତମେ କୁହ କେତେ ଦୂରେ

ଓଢ଼ଣୀ ସେ ପାଖ ସେଇ ନାଲି ଜହ୍ନ ଗୋ
ସେଇ ସଞ୍ଜ ଆଉ ସେଇ ତୁମ କୋଳ
ହୋ, ଓଢ଼ଣୀ ସେ ପାଖ ସେଇ ନାଲି ଜହ୍ନ ଗୋ
ସେଇ ସଞ୍ଜ ଆଉ ସେଇ ତୁମ କୋଳ

ଓଦା ହେଲେ ଭିଜୁନାହିଁ ଆଉ ମନ ଗୋ
ତୁମ ସ୍ମୃତି ଅଛି ଖାଲି ତୁମେ ନାହଁ

ଖୋଜୁଛି, ଖୋଜିବି, ଆଉ ଖୋଜୁଥିବି
ଖୋଜୁଛି, ଖୋଜିବି, ଆଉ ଖୋଜୁଥିବି
ହୃଦୟ ଜଳିବା ଯାଏଁ ଯୁଇରେ

ପ୍ରିୟା ତମେ କୁହ କେତେ ଦୂରେ
ଶ୍ରାବଣରେ ଭିଜି-ଭିଜି ଆସ ଥରେ
ଶ୍ରାବଣରେ ଭିଜି-ଭିଜି ଆସ ଥରେ
ପ୍ରିୟା ତମେ କୁହ କେତେ ଦୂରେ
ହୋ, ଶ୍ରାବଣରେ ଭିଜି-ଭିଜି ଆସ ଥରେ
ପ୍ରିୟା ତମେ କୁହ କେତେ ଦୂରେ

ଏଠି ମୁଁ ଜଳୁଛି ବିରହ ନିଆଁରେ
ଏଠି ମୁଁ ଜଳୁଛି ବିରହ ନିଆଁରେ
ନିଜକୁ ଖୋଜୁଛି ଖାଲି ଅନ୍ଧାରରେ

ପ୍ରିୟା ତମେ କୁହ କେତେ ଦୂରେ
ପ୍ରିୟା ତମେ କୁହ କେତେ ଦୂରେ
ପ୍ରିୟା ତମେ କୁହ କେତେ ଦୂରେ



Credits
Writer(s): Panchanan Nayak, Bishwamber Sabat
Lyrics powered by www.musixmatch.com

Link