Ajibi Mo Priya

ଆଜିବି ମୋ ପ୍ରିୟା...
ହୁଁ, ଆଜିବି ମୋ ପ୍ରିୟା, ଲାଗେ ନୂଆ-ନୂଆ
ଖେଳୁଛି କଣ୍ଢେଇ ଧରି, ହାଏ

ଛୋଟ ପିଲାଟିଏ ପରି

ବରଷା ହେଲେ, ଭସେଇ ଦିଏ
ବରଷା ହେଲେ, ଭସେଇ ଦିଏ

କାଗଜ ଡ଼ଙ୍ଗା କରି, ହାଏ

ଛୋଟ ପିଲାଟିଏ ପରି

ଆଜିବି ମୋ ପ୍ରିୟା, ଲାଗେ ନୂଆ-ନୂଆ
ଖେଳୁଛି କଣ୍ଢେଇ ଧରି, ହାଏ

ଛୋଟ ପିଲାଟିଏ ପରି

ମନ ହେଲେ ରୁଷେ, ମନ ହେଲେ ହସେ
ଚଗଲି ସେ ଚୁଲୁବୁଲି
ସଜ ହୁଏ ଯେବେ, ରଜ ପାଳେ ସିଏ
ଦୋଳି ଖେଳେ ବୁଲି-ବୁଲି

ଆଜିବି ମୋ ପ୍ରିୟା...
ହୁଁ, ଆଜିବି ମୋ ପ୍ରିୟା, ଅଳି କରେ ଆହା
କାହାଣୀ ଶୁଣିବ ବୋଲି, ହାଏ

ଛୋଟ ପିଲାଟିଏ ପରି

ଅନ୍ଧାର ଦେଖି, ଅଳସି କନ୍ୟା
ଚମକି ପଡେ ଡରି, ହାଏ

ଛୋଟ ପିଲାଟିଏ ପରି

ଖେଳୁଛି କଣ୍ଢେଇ ଧରି, ହାଏ

ଛୋଟ ପିଲାଟିଏ ପରି



Credits
Writer(s): Arun Kumar Mantri, Sarat Kumar Nayak
Lyrics powered by www.musixmatch.com

Link