Sudama Dakuchi Kanehi Aare

ଝୁମକୁ-ଝୁମା, ଝୁଝମ୍-ଝୁମା, ଝୁଝମ୍-ଝୁଝୁମ୍ ଝୁମା
(ଝୁମକୁ-ଝୁମା, ଝୁଝମ୍-ଝୁମା, ଝୁଝମ୍-ଝୁଝୁମ୍ ଝୁମା)

ସୁଦାମା ଡାକୁଛି କହ୍ନେଇ ଆରେ
(ଝୁମକୁ-ଝୁମା, ଝୁଝମ୍-ଝୁମା, ଝୁଝମ୍-ଝୁଝୁମ୍ ଝୁମା)
ଖୁଦଭଜା ମୁଠା ଖାଇ ତୁ ଯା'ରେ
(ଝୁମକୁ-ଝୁମା, ଝୁଝମ୍-ଝୁମା, ଝୁଝମ୍-ଝୁଝୁମ୍ ଝୁମା)

ସୁଦାମା ଡାକୁଛି କହ୍ନେଇ ଆରେ
ଖୁଦଭଜା ମୁଠା ଖାଇ ତୁ ଯା'ରେ

କଉଠି ଅଛୁ? କେମିତି ଅଛୁ? ଗରିବ ସଖାକୁ ଭୁଲିଯାଇଛୁ
କଉଠି ଅଛୁ? କେମିତି ଅଛୁ? ଗରିବ ସଖାକୁ ଭୁଲିଯାଇଛୁ
ପଡିଛି ମୁଁ ଏଇ ଗାଁରେ

ବାହା-ବାହା କଳାକାହ୍ନୁ, ବାହା-ବାହା ରେ
ବାହା-ବାହା କଳାକାହ୍ନୁ, ବାହା-ବାହା ରେ
ସୁଦାମା ଡାକୁଛି କହ୍ନେଇ ଆରେ
ଖୁଦଭଜା ମୁଠା ଖାଇ ତୁ ଯା'ରେ
ସୁଦାମା ଡାକୁଛି କହ୍ନେଇ ଆରେ
ଖୁଦଭଜା ମୁଠା ଖାଇ ତୁ ଯା'ରେ

ଅଫେରା ବାଟରେ ଗଲୁ ରେ କହ୍ନେଇ (ସାନା-ନା, ସାନା-ନା)
ଫେରିବାର ଆଶା ନାହିଁ ରେ କହ୍ନେଇ (ସାନା-ନା, ସାନା-ନା)
ରାଧା ଭାସେ ଲୁହ ଗଙ୍ଗାରେ କହ୍ନେଇ (ସାନା-ନା, ସାନା-ନା)
ଆଗପରି କୁଞ୍ଜ ନାହିଁ ରେ କହ୍ନେଇ (ସାନା-ନା, ସାନା-ନା)

ରାଜା ହୋଇଛୁ, ରାଣୀ ରଖିଛୁ, ରାଜବ ଘରେ ତୁ ବୁଡ଼ିଯାଇଛୁ
ରାଜା ହୋଇଛୁ, ରାଣୀ ରଖିଛୁ, ରାଜବ ଘରେ ତୁ ବୁଡ଼ିଯାଇଛୁ
କାନ୍ଦୁଛି ତୋ ଯଶୋଦା ମା' ରେ

ବାହା-ବାହା କଳାକାହ୍ନୁ, ବାହା-ବାହା ରେ
ବାହା-ବାହା କଳାକାହ୍ନୁ, ବାହା-ବାହା ରେ
ସୁଦାମା ଡାକୁଛି କହ୍ନେଇ ଆରେ
ଖୁଦଭଜା ମୁଠା ଖାଇ ତୁ ଯା'ରେ
ସୁଦାମା ଡାକୁଛି କହ୍ନେଇ ଆରେ
ଖୁଦଭଜା ମୁଠା ଖାଇ ତୁ ଯା'ରେ

ରାଧିକା ଭେଟିଲେ ବାଟରେ କହ୍ନେଇ (ସାନା-ନା, ସାନା-ନା)
ପଚାରେ ଖାଲି ତୋ କଥା ରେ କହ୍ନେଇ (ସାନା-ନା, ସାନା-ନା)
ସିଏ ତୋ ପ୍ରେମର ବାୟାଣୀ କହ୍ନେଇ (ସାନା-ନା, ସାନା-ନା)
ଝୁରି-ଝୁରି କଣ୍ଟା ହେଲାଣି କହ୍ନେଇ (ସାନା-ନା, ସାନା-ନା)

ମନ ବୁଝୁନା କାଳିଆ-କାହ୍ନା, ପ୍ରେମ କରିଦଉ ଲୁହ ପାଉଣା
ମନ ବୁଝୁନା କାଳିଆ-କାହ୍ନା, ପ୍ରେମ କରିଦଉ ଲୁହ ପାଉଣା
ବନ୍ଧୁପଣ ତୋ ଜାଣିଗଲି ରେ

ବାହା-ବାହା କଳାକାହ୍ନୁ, ବାହା-ବାହା ରେ
ବାହା-ବାହା କଳାକାହ୍ନୁ, ବାହା-ବାହା ରେ

(ଝୁମକୁ-ଝୁମା, ଝୁଝମ୍-ଝୁମା, ଝୁଝମ୍-ଝୁଝୁମ୍ ଝୁମା)
(ଝୁମକୁ-ଝୁମା, ଝୁଝମ୍-ଝୁମା, ଝୁଝମ୍-ଝୁଝୁମ୍ ଝୁମା)

ସୁଦାମା ଡାକୁଛି କହ୍ନେଇ ଆରେ
ଖୁଦଭଜା ମୁଠା ଖାଇ ତୁ ଯା'ରେ
ସୁଦାମା ଡାକୁଛି କହ୍ନେଇ ଆରେ
ଖୁଦଭଜା ମୁଠା ଖାଇ ତୁ ଯା'ରେ

କଉଠି ଅଛୁ? କେମିତି ଅଛୁ? ଗରିବ ସଖାକୁ ଭୁଲିଯାଇଛୁ
କଉଠି ଅଛୁ? କେମିତି ଅଛୁ? ଗରିବ ସଖାକୁ ଭୁଲିଯାଇଛୁ
ପଡିଛି ମୁଁ ଏଇ ଗାଁରେ

ବାହା-ବାହା କଳାକାହ୍ନୁ, ବାହା-ବାହା ରେ
ବାହା-ବାହା କଳାକାହ୍ନୁ, ବାହା-ବାହା ରେ
ବାହା-ବାହା କଳାକାହ୍ନୁ, ବାହା-ବାହା ରେ
ବାହା-ବାହା କଳାକାହ୍ନୁ, ବାହା-ବାହା ରେ



Credits
Writer(s): Panchanana Nayak, Dr. Sibaratha, Shyamapada 'babula', Lakshmidhara Das
Lyrics powered by www.musixmatch.com

Link