Premika

ଚାଲୁ-ଚାଲୁ, ଏକା-ଏକା
କେହି ଜଣେ ଅନାମିକା
ଛୁଇଁଦେଇ ଚାଲିଗଲା
ମୋ ମନର ସୀମାରେଖା

ଝାପସା-ଝାପସା, ଫିକା-ଫିକା
ମନେପଡେ ହାଲକା-ହାଲକା

କାହିଁ ଗଲା ଖୋଜୁଛି ମୋ ପ୍ରେମିକା

ପ୍ରେମିକା, ପ୍ରେମିକା
କାହିଁ ଗଲା ମୋ ପ୍ରେମିକା?
ପ୍ରେମିକା, ପ୍ରେମିକା
ଖୋଜୁଛି ମୋ ପ୍ରେମିକା

ଢଳ-ଢଳ-ଢଳ-ଢଳ, ହଁ-ହଁ, ଢଳ-ଢଳ
ସୁନୀଳ ସରସୀ ଜଳ
କି ସୁନ୍ଦର ହାଏ ଚେହେରା ତାର
ଢଳ-ଢଳ କମଳ

ଛଳ-ଛଳ-ଛଳ-ଛଳ, ହଁ-ହଁ, ଛଳ-ଛଳ
ସଜଳ କଳସ ଜଳ
କି ସୁନ୍ଦର ତାର ଆଖି ଯୋଡ଼ିକ
ନୀଳ-ନୀଳ ଚଞ୍ଚଳ

ଚାଲୁ-ଚାଲୁ, ଏକା-ଏକା
କେହି ଜଣେ ଅନାମିକା
ଜାଳିଦେଇ ଚାଲିଗଲା
ହୃଦୟରେ ଅଗ୍ନିଶିଖା

ନିଆଁ-ନିଆଁ, ଧୂଆଁ-ଧୂଆଁ
ଜଳୁଛି ମୁଁ ନୂଆଁ-ନୂଆଁ

କାହିଁ ଗଲା ଖୋଜୁଛି ମୋ ପ୍ରେମିକା

ପ୍ରେମିକା, ପ୍ରେମିକା
କାହିଁ ଗଲା ମୋ ପ୍ରେମିକା?
ପ୍ରେମିକା, ପ୍ରେମିକା
ଖୋଜୁଛି ମୋ ପ୍ରେମିକା

ହସି-ହସି-ହସି-ହସି, ହଁ-ହଁ, ହସି-ହସି
ଚାଲୁଥିଲା ରାଜହଂସୀ
ମଧୁର-ମଧୁର ରଙ୍ଗ ଅଧର
ରୂପସୀ ଚାରୁହାସୀ

ସଜ-ସଜ-ସଜ-ସଜ, ହଁ-ହଁ, ସଜ-ସଜ
ରଜନୀଗନ୍ଧାର ଶେଯ
ସବୁଜ-ସବୁଜ ପାଟ ଓଢ଼ଣୀ
ଅଳସ ଲାଜ-ଲାଜ

ଚାଲୁ-ଚାଲୁ, ଏକା-ଏକା
କେହି ଜଣେ ଅନାମିକା
ଆଙ୍କିଦେଇ ଚାଲିଗଲା
ମୋ ମନରେ ଚିତ୍ରଲେଖା

ରଙ୍ଗ-ରଙ୍ଗ ଚନ୍ଦ୍ରଲେଖା
ରୁପା-ରୁପା ସ୍ମୃତିରେଖା

କାହିଁ ଗଲା ଖୋଜୁଛି ମୋ ପ୍ରେମିକା

ପ୍ରେମିକା, ପ୍ରେମିକା
କାହିଁ ଗଲା ମୋ ପ୍ରେମିକା?
ପ୍ରେମିକା, ପ୍ରେମିକା
ଖୋଜୁଛି ମୋ ପ୍ରେମିକା

ଚାଲୁ-ଚାଲୁ, ଏକା-ଏକା
କେହି ଜଣେ ଅନାମିକା
ଛୁଇଁଦେଇ ଚାଲିଗଲା
ମୋ ମନର ସୀମାରେଖା

ଝାପସା-ଝାପସା, ଫିକା-ଫିକା
ମନେପଡେ ହାଲକା-ହାଲକା

କାହିଁ ଗଲା ଖୋଜୁଛି ମୋ ପ୍ରେମିକା

ପ୍ରେମିକା, ପ୍ରେମିକା
କାହିଁ ଗଲା ମୋ ପ୍ରେମିକା?
ପ୍ରେମିକା, ପ୍ରେମିକା
ପ୍ରେମିକା ମୋ ପ୍ରେମିକା
ପ୍ରେମିକା, ପ୍ରେମିକା
ଖୋଜୁଛି ମୋ ପ୍ରେମିକା
ପ୍ରେମିକା, ପ୍ରେମିକା
ପ୍ରେମିକା, ହୋ



Credits
Writer(s): Pritam Chakraborty, Amitabh Bhattacharya
Lyrics powered by www.musixmatch.com

Link