Monalisha

ତୁ ପର କହିଥିଲୁ ସାଥିହୋଇ ଚାଲିବାକୁ ଜୀବନର ବାଟ
ଏମିତି ମୁଁ କେଉଁ ପାପ କଲି?
ଏମିତି ମୁଁ କେଉଁ ପାପ କଲି?
ମୁହଁ ମୋଡ଼ି ଚାଲିଗଲୁ, କଲୁନାହିଁ ଭେଟ

ମୋନାଲିସା, ଓ-ଓ
ହୋ-ଓ-ଓ
କାଇଁ ଛାଡ଼ି ଚାଲିଗଲୁ ମୋତେ?
ରେ, କାଇଁ ଛାଡ଼ି ଚାଲିଗଲୁ ମୋତେ?

ମୋନାଲିସା, ଓ-ଓ
ଓ-ଓ-ଓ-ଓ
କାଇଁ ଛାଡ଼ି ଚାଲିଗଲୁ ମୋତେ?
କାଇଁ ଛାଡ଼ି ଚାଲିଗଲୁ ମୋତେ?

#PRE-CHORUS
ଟିକିଏ ହସେଇଲୁ, ବେଶି ତୁ କନ୍ଦେଇଲୁ
ଟିକିଏ ହସେଇଲୁ, ବେଶି ତୁ କନ୍ଦେଇଲୁ

କଉ ସୁଖ ମିଳିଗଲା ତତେ?
କଉ ସୁଖ ମିଳିଗଲା ତତେ?

ମୋନାଲିସା, ଓ-ଓ-ଓ
ଓ-ଓ-ଓ-ଓ

ଦିନେ ନଦେଖିଲେ ମତେ କାନ୍ଦୁଥିଲୁ ସକେଇ
କିଏ ଲୋ ସେ ରଜାପୁଅ ନେଲା ତତେ ଭୁଲେଇ?
ଓ, ଦିନେ ନଦେଖିଲେ ମତେ କାନ୍ଦୁଥିଲୁ ସକେଇ
କିଏ ଲୋ ସେ ରଜାପୁଅ ନେଲା ତତେ ଭୁଲେଇ?

ଆଲୋ ମୋର ହୀରା ମୋତି, କଥା କୁହା କଣ୍ଢେଇ
ଗପ କହୁ କହୁ ମୋତେ, ଚାଲିଗଲୁ ଭଣ୍ଡେଇ

#PRE-CHORUS
ଟିକିଏ ଗଢ଼ିଦେଲୁ, ବେଶି ତୁ ଭାଙ୍ଗିନେଲୁ
ଟିକିଏ ଗଢ଼ିଦେଲୁ, ବେଶି ତୁ ଭାଙ୍ଗିନେଲୁଲୋ-ଓ

କଉ ସୁଖ ମିଳିଗଲା ତତେ? ହୋ
କଉ ସୁଖ ମିଳିଗଲା ତତେ?

ମୋନାଲିସା, ଓ-ଓ-ଓ
ଓ-ଓ-ଓ-ଓ

ତୁ ସିନା ଚାଲିଗଲୁ ତୋ ରାଜଉଆସ
ମୋ ପାଇଁ ମାଘ ଆଉ ତୋ ପାଇଁ ପଉଷ
ଓ, ତୁ ସିନା ଚାଲିଗଲୁ ତୋ ରାଜଉଆସ
ମୋ ପାଇଁ ମାଘ ଆଉ ତୋ ପାଇଁ ପଉଷ

କୁଆଁର ପୁନେଇ ଜହ୍ନ ଖେଳୁ ତୋର ରାତିରେ
ମୁଁ ଏମିତି ଜଳୁଥାଏ ଉଆଁସର ତାତିରେ

#PRE-CHORUS
ଟିକିଏ ବଞ୍ଚେଇଲୁ, ବେଶି ତୁ ମାରିଦେଲୁ
ଟିକିଏ ବଞ୍ଚେଇଲୁ, ବେଶି ତୁ ମାରିଦେଲୁଲୋ-ଓ

କଉ ସୁଖ ମିଳିଗଲା ତତେ? ଲୋ
କଉ ସୁଖ ମିଳିଗଲା ତତେ?



Credits
Writer(s): Panchanan Nayak, Gagan Bihari Jena
Lyrics powered by www.musixmatch.com

Link