Janha Raijare Jagati Kinichhi

ଜହ୍ନ ରାଇଜରେ ଜାଗାଟେ କିଣିଛି
ତାରା ଫୁଲରେ ଘରଟେ କରିଛି

ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି (ଆଆ-ଆ)
ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି

ସେଇ ଛୋଟ ଘରେ, ତୁମ ସାଥିରେ
ସେଇ ଛୋଟ ଘରେ, ତୁମ ସାଥିରେ

ରହିବାକୁ ଦୁନିଆକୁ କହିଦେଇଛି

ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି

ସୂରୁଜ ହେବ ସିନ୍ଦୂର ଟୋପା
ପିନ୍ଧେଇବି ହସି-ହସି
ହୋ-ହୋ, ଓଢ଼ଣା ଖୋଲି ଗଭାରେ ତୁମ
ପାରିଜାତ ଦେବି ଖୋସି (ଲାଲାଲା-ଲାଲା-ଲାଲା)

ଜହ୍ନ ଜୋଛନାରେ, ତୁମ ଓଠରେ
ଜହ୍ନ ଜୋଛନାରେ, ତୁମ ଓଠରେ

ମିଳନର ମଧୁ ଗୀତି ଲେଖିବି କିଛି

ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି

ମେଘ ଦୋଳିରେ ଝୁଲିବା ବସି
ସପନରେ ଭାସି-ଭାସି
ଓ, କାନିରେ ତୁମ ଆଣି ମୁଁ ଦେବି
ସରଗର ସବୁ ଖୁସି (ଲାଲାଲା-ଲାଲା-ଲାଲା)

ଜିଇଁ ରହିଥିବା ଯୁଗ ଯୁଗକୁ
ଜିଇଁ ରହିଥିବା ଯୁଗ ଯୁଗକୁ

ମନ ଖୋଲି ହସୁଥିବା ମୁକୁତା ବିଞ୍ଚି

ଜହ୍ନ ରାଇଜରେ ଜାଗାଟେ କିଣିଛି (ଲାଲାଲା-ଲାଲାଲା)
ତାରା ଫୁଲରେ ଘରଟେ କରିଛି

ସେଇ ଛୋଟ ଘରେ ତୁମ ସାଥିରେ
ସେଇ ଛୋଟ ଘରେ ତୁମ ସାଥିରେ
ରହିବାକୁ ଦୁନିଆକୁ କହିଦେଇଛି



Credits
Writer(s): Guru Prasad Satpathy, Kartik Sahoo
Lyrics powered by www.musixmatch.com

Link