Abadha Wala Mu

ଅବଢ଼ାବାଲା ମୁଁ ଅବଢ଼ାବାଲା

ଅବଢ଼ାବାଲା ମୁଁ ଅବଢ଼ାବାଲା
ମହାପରସାଦେ ଭରିଛି ଡାଲା

ଆସ ରେ ଭକତ, ଆସ ହେ ମିତ
ଆସ ରେ ଭକତ, ଆସ ହେ ମିତ
ଆସ କିଏ ଅଛ ଚାଖିବା ବାଲା

ଅବଢ଼ାବାଲା ମୁଁ ଅବଢ଼ାବାଲା
ଅବଢ଼ାବାଲା ମୁଁ ଅବଢ଼ାବାଲା
ସକାଳ ଧୂପ ଉଠିଲାଣି, ବଜାରେ ଭିଡ ଲାଗିଲାଣି
ସକାଳ ଧୂପ ଉଠିଲାଣି, ବଜାରେ ଭିଡ ଲାଗିଲାଣି

ଛଡା ତୁଳସୀ ହାତେ ଘେନି, ପଣ୍ଡା ପକାଏ ଗଙ୍ଗା ପାଣି

ଜିଇଁଥିବା ଯାଏଁ ଗୁଣ ଗାଉଥିବ
ଜିଇଁଥିବା ଯାଏଁ ଗୁଣ ଗାଉଥିବ
ଆସ କିଏ ଅଛ ଜଗାର ଚେଲା

ଅବଢ଼ାବାଲା ମୁଁ ଅବଢ଼ାବାଲା
ଅବଢ଼ାବାଲା ମୁଁ ଅବଢ଼ାବାଲା
ଅବଢ଼ା ସାଥେ କିଏ ସରି, ପାଆନ୍ତି ଜନେ ପୁଣ୍ୟ କରି
ଅବଢ଼ା ସାଥେ କିଏ ସରି, ପାଆନ୍ତି ଜନେ ପୁଣ୍ୟ କରି

ଶାଗ ବେଶର, ମିଠା ଡାଲି ତୁଣ୍ଡେ ଲଗାଇ ଯାଅ ଚାଲି

ପତର ପକାଅ ଆନନ୍ଦରେ ଖାଅ
ପତର ପକାଅ ଆନନ୍ଦରେ ଖାଅ
ଆସ କିଏ ଅଛ ଖାଇବାବାଲା

ଅବଢ଼ାବାଲା ମୁଁ ଅବଢ଼ାବାଲା

ଅବଢ଼ାବାଲା ମୁଁ ଅବଢ଼ାବାଲା
ମହାପରସାଦେ ଭରିଛି ଡାଲା

ଆସ ରେ ଭକତ, ଆସ ହେ ମିତ
ଆସ ରେ ଭକତ, ଆସ ହେ ମିତ
ଆସ କିଏ ଅଛ ଚାଖିବା ବାଲା

ଅବଢ଼ାବାଲା ମୁଁ ଅବଢ଼ାବାଲା
ଅବଢ଼ାବାଲା ମୁଁ ଅବଢ଼ାବାଲା
ଅବଢ଼ାବାଲା ମୁଁ ଅବଢ଼ାବାଲା
ଅବଢ଼ାବାଲା ମୁଁ ଅବଢ଼ାବାଲା



Credits
Writer(s): Sanjay, Soumendra Mishra
Lyrics powered by www.musixmatch.com

Link