Mo Nija Sabaku

ମୋ ନିଜ ଶବକୁ ନିଜ କାନ୍ଧେ ବୋହି
ଏକାକି ଚାଲିଛି ଘରୁ ବାହାରି
ମୋ ନିଜ ଶବକୁ ନିଜ କାନ୍ଧେ ବୋହି
ଏକାକି ଚାଲିଛି ଘରୁ ବାହାରି

ନିଜେ ଜାଣେ ନାହିଁ, ଫେରିବି କି ନାହିଁ
ନିଜେ ଜାଣେ ନାହିଁ, ଫେରିବି କି ନାହିଁ

ମୁଁ ମରିବା ବେଳେ ମତେ କାଳିଆ ରେ ଥିବୁ ଚାହିଁ
ମୁଁ ମରିବା ବେଳେ ମୋତେ କାଳିଆ ରେ ଥିବୁ ଚାହିଁ

ମୋ ନିଜ ଶବକୁ ନିଜ କାନ୍ଧେ ବୋହି
ଏକାକି ଚାଲିଛି ଘରୁ ବାହାରି

ମୋର-ମୋର କହି-କହି ଆଶା ବଢ଼େ ମନରେ
ମୋର ବୋଲି କିଛି ନାହିଁ ସବୁ ତୋର ଦାନରେ
ହୋ, ମୋର-ମୋର କହି-କହି ଆଶା ବଢ଼େ ମନରେ
ମୋର ବୋଲି କିଛି ନାହିଁ ସବୁ ତୋର ଦାନରେ

ରକତ ମାଉଁସ ଶରୀରକୁ ନେଇ
ରକତ ମାଉଁସ ଶରୀରକୁ ନେଇ
ମୁଁ ମିଶିବି ଦିନେ ପୁଣି ମାଟିରେ ପାଉଁସ ହୋଇ

ମୋ ନିଜ ଶବକୁ ନିଜ କାନ୍ଧେ ବୋହି
ଏକାକି ଚାଲିଛି ଘରୁ ବାହାରି

ପରିବାର, ବନ୍ଧୁସଖା ମିଛ ସାହି ପଡ଼ିଶା
କେହି ନୁହେଁ କାହା ପାଇଁ, କାଳିଆ ତୁ ଭରସା
ହୋ, ପରିବାର, ବନ୍ଧୁସଖା ମିଛ ସାହିପଡ଼ିଶା
କେହି ନୁହେଁ କାହା ପାଇଁ, କାଳିଆ ତୁ ଭରସା

ଜାଣିଛି ତ ମୁଇଁ, ସାଥେ ଥିଲେ ତୁହି
ଜାଣିଛି ତ ମୁଇଁ, ସାଥେ ଥିଲେ ତୁହି
ଏ ମାୟାର ବନ୍ଧନରୁ ଚାଲିଯିବି ପାରି ହୋଇ

ମୋ ନିଜ ଶବକୁ ନିଜ କାନ୍ଧେ ବୋହି
ଏକାକି ଚାଲିଛି ଘରୁ ବାହାରି
ମୋ ନିଜ ଶବକୁ ନିଜ କାନ୍ଧେ ବୋହି
ଏକାକି ଚାଲିଛି ଘରୁ ବାହାରି

ନିଜେ ଜାଣେ ନାହିଁ, ଫେରିବି କି ନାହିଁ
ନିଜେ ଜାଣେ ନାହିଁ, ଫେରିବି କି ନାହିଁ

ମୁଁ ମରିବା ବେଳେ ମତେ କାଳିଆ ରେ ଥିବୁ ଚାହିଁ
ମୁଁ ମରିବା ବେଳେ ମତେ କାଳିଆ ରେ ଥିବୁ ଚାହିଁ
ମୁଁ ମରିବା ବେଳେ ମତେ କାଳିଆ ରେ ଥିବୁ ଚାହିଁ



Credits
Writer(s): Deepak Kumar, Pradipta Ray
Lyrics powered by www.musixmatch.com

Link