Tala Barada Khasuchhi

ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି
ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି

ମଝି ବରଡ଼ା ଖାଇ କହୁଛି

ଲୋ ସଜନୀ, ତୋ ବେଳ କାଳ ଯାଉଛି
ମୋ ବେଳ କାଳ ଆସୁଛି
ଲୋ ସଜନୀ, ତୋ ବେଳ କାଳ ଯାଉଛି
ମୋ ବେଳ କାଳ ଆସୁଛି

ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି

ମଝି ବରଡ଼ା ଖାଇ କହୁଛି

ଲୋ ସଜନୀ, ତୋ ବେଳ କାଳ ଯାଉଛି
ମୋ ବେଳ କାଳ ଆସୁଛି
ବାଇଚଢେଇ ରେ ବାଇଚଢେଇ
ବାହୁଙ୍ଗାରେ ବସା ଦୋହଲୁ ଥାଇ
ହରିନାମ ପଦେ ମତେ ଡେ ଶୁଣେଇ

ବାଇଚଢେଇ ରେ ବାଇଚଢେଇ
ବାହୁଙ୍ଗାରେ ବସା ଦୋହଲୁ ଥାଇ
ହରିନାମ ପଦେ ମତେ ଡେ ଶୁଣେଇ

ହରି ନାମ ଶୁଣି ହୋଇବି ଖୁସି
ଆଜି ନାହିଁ କାଲି ଯିବି ମୁଁ ଖସି
ହରି ନାମ ଶୁଣି ହେଇବି ଖୁସି
ଆଜି ନାହିଁ କାଲି ଯିବି ମୁଁ ଖସି

ଖସି ପଡିଲେ ତ ମତେ ଦେବେ ଜଳେଇ

ରେ ଚଢେଇ, ଜଳଜଳ ହୋଇ ଦିଶୁଛି
ଜଳଜଳ ହୋଇ ଦିଶୁଛି

ଲୋ ସଜନୀ, ତୋ ବେଳ କାଳ ଯାଉଛି
ମୋ ବେଳ କାଳ ଆସୁଛି
ଗଡି-ଗଡି ଗଲେ ବଳ ବୟସ
ଶେଷରେ ଜୀବନ ମୁଠେ ପାଉଁଶ
ହରି ବିନା ଜୀବନରେ ନାହିଁ ସନ୍ତୋଷ

ଗଡି-ଗଡି ଗଲେ ବଳ ବୟସ
ଶେଷରେ ଜୀବନ ମୁଠେ ପାଉଁଶ
ହରି ବିନା ଜୀବନରେ ନାହିଁ ସନ୍ତୋଷ

ସବୁ ସିନା ବାଇ ଭାବ ପ୍ରୀତିରେ
କେହି ଯାଏ ନାହିଁ କାହା ସାଥିରେ
ସବୁ ସିନା ବାଇ ଭାବ ପ୍ରୀତିରେ
କେହି ଯାଏ ନାହିଁ କାହା ସାଥିରେ

ହରି ବିନା ଫେରିବାରେ ନାହିଁ ବିରୋଷ

ରେ ଚଢେଇ, କାଳ ବସି ଅଙ୍କ କସୁଛି
କାଳ ବସି ଅଙ୍କ କସୁଛି

ଲୋ ସଜନୀ, ତୋ ବେଳ କାଳ ଯାଉଛି
ମୋ ବେଳ କାଳ ଆସୁଛି

ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି
ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି

ମଝି ବରଡ଼ା ଖାଇ କହୁଛି

ଲୋ ସଜନୀ, ତୋ ବେଳ କାଳ ଯାଉଛି
ମୋ ବେଳ କାଳ ଆସୁଛି
ଲୋ ସଜନୀ, ତୋ ବେଳ କାଳ ଯାଉଛି
ମୋ ବେଳ କାଳ ଆସୁଛି
ଲୋ ସଜନୀ, ତୋ ବେଳ କାଳ ଯାଉଛି
ମୋ ବେଳ କାଳ ଆସୁଛି



Credits
Writer(s): Alekh Biswal, Kajal Kesh
Lyrics powered by www.musixmatch.com

Link