Dekha Rai Go

(ଗୋଧୂଳି ବେଳାରେ ମଥାରେ ମୟୂର ଚନ୍ଦ୍ରିକା ଲଗେଇ)
(ହାତରେ ବଂଶୀ ଧରି, ଗାଈ ଗୋଠ ସହ ଗୋପଦାଣ୍ଡରେ ଧୂଳି ଉଡ଼େଇ)
(ଯେତେବେଳେ ଘରକୁ ଫେରି ଆସୁଥାନ୍ତି କଳା କାହ୍ନୁ)
(ସେତେବେଳେ ଅଶ୍ରୁ ସିକ୍ତ ନୟନରେ ତା ବାଟକୁ ଚାହିଁ ରହିଥାନ୍ତି ଦୁଇ ଜଣ)
(ଜଣେ ବାଳୁତ ପୁତ୍ର ସ୍ନେହରେ ପାଗଳିନି, ମା' ଯଶୋଦା)
(ଆଉ ଜଣେ କାହ୍ନୁ ପ୍ରୀତିର ପୂଜାରିଣୀ, ରୂପସୀ ରାଧିକା)

ଦେଖ ରାଇ ଗୋ
କଳା କାହ୍ନୁ ବନମାଳୀ
ଦେଖ ରାଇ ଗୋ
କଳା କାହ୍ନୁ ବନମାଳୀ

ନନ୍ଦ ଯଶୋଦାଙ୍କ ଗଳାର ମାଳି
ନନ୍ଦ ଯଶୋଦାଙ୍କ ଗଳାର ମାଳି

ଆସେ କି ଭଙ୍ଗୀରେ...
ଆସେ କି ଭଙ୍ଗୀରେ ଢ଼ଳି-ଢ଼ଳି

ଦେଖ ରାଇ ଗୋ
କଳା କାହ୍ନୁ ବନମାଳୀ
କଳା କାହ୍ନୁ ବନମାଳୀ

ସୁରଙ୍ଗ ଅଧରେ ମୁରଲୀ ଶୋଭା
ଦିଶୁଅଛି ଆହା କି ମନଲୋଭା
କି ସୁନ୍ଦର କାହ୍ନୁ ଦିଶେ ଗୋ ସଖୀ
ପଞ୍ଚସର କି ବା ତାର ସରି ହେବେ କି?

ଛନ୍ଦା ଚରଣ, ରାଇ ପରାଣ, ନନ୍ଦନନ୍ଦନ
ସେ ବ୍ରଜ ନନ୍ଦନ, ସେ ବ୍ରଜ ନନ୍ଦନ

ଦେଖ ରାଇ ଗୋ
କଳା କାହ୍ନୁ ବନମାଳୀ
କଳା କାହ୍ନୁ ବନମାଳୀ

ଦେହ ସାରା ତାର ଲାଗିଛି ଧୂଳି
କି ଆନନ୍ଦେ ଗୋପେ ସେ ତ ଆସୁଛି ଚଳି
ମା ବସିଛନ୍ତି ବାଟକୁ ଚାହିଁ
କେବେ ଆସିବ ସେ ମୋର କଳା କହ୍ନାଇ?

ମନମୋହନ, ପରାଣଧନ, ରଙ୍କରତନ
ମୋ ଜୀବ ଜୀବନ, ମୋ ଜୀବ ଜୀବନ

ଦେଖ ରାଇ ଗୋ
କଳା କାହ୍ନୁ ବନମାଳୀ
କଳା କାହ୍ନୁ ବନମାଳୀ

ନନ୍ଦ ଯଶୋଦାଙ୍କ ଗଳାର ମାଳି
ନନ୍ଦ ଯଶୋଦାଙ୍କ ଗଳାର ମାଳି

ଆସେ କି ଭଙ୍ଗୀରେ...
ଆସେ କି ଭଙ୍ଗୀରେ ଢ଼ଳି-ଢ଼ଳି

ଦେଖ ରାଇ ଗୋ
କଳା କାହ୍ନୁ ବନମାଳୀ
କଳା କାହ୍ନୁ ବନମାଳୀ
କଳା କାହ୍ନୁ ବନମାଳୀ



Credits
Writer(s): Deepak Kumar, Surya Mishra
Lyrics powered by www.musixmatch.com

Link