Eka Akhyara Re

ଏକ ଅକ୍ଷରରେ ଓଁ ଲେଖିଲି, ଦୁଇ ଅକ୍ଷରରେ ଜଗା
ଏକ ଅକ୍ଷରରେ ଓଁ ଲେଖିଲି, ଦୁଇ ଅକ୍ଷରରେ ଜଗା
ତିନି ଅକ୍ଷରରେ କାଳିଆ ଲେଖିଲି
ଚାରି ଅକ୍ଷରରେ ଜଗନ୍ନାଥ

ମୋର ଏଇଠୁ ସରିଲା ପାଠ
ମୋର ଏଇଠୁ ସରିଲା ପାଠ

ଏକ ଅକ୍ଷରରେ ଓଁ ଲେଖିଲି, ଦୁଇ ଅକ୍ଷରରେ ଜଗା
ଏକ ଅକ୍ଷରରେ ଓଁ ଲେଖିଲି, ଦୁଇ ଅକ୍ଷରରେ ଜଗା
ତିନି ଅକ୍ଷରରେ କାଳିଆ ଲେଖିଲି
ଚାରି ଅକ୍ଷରରେ ଜଗନ୍ନାଥ

ମୋର ଏଇଠୁ ସରିଲା ପାଠ
ମୋର ଏଇଠୁ ସରିଲା ପାଠ

ଜୀବନଟା କେତେ ବାଟ ମାପି ପାରୁନି
୨୨ ପାହାଚ ତୋର ଉଠି ପାରୁନି
ଆଗକୁ ଆଗକୁ ଆଉ ପାରୁନି ଚାଲି
ଟାଣିନେ କାଳିଆ ଚଉବାହାକୁ ମେଲେଇ

୨୨ ପାହାଚ ପାରି ହୋଇଗଲେ
୨୨ ପାହାଚ ପାରି ହୋଇଗଲେ
ତୋ ସାଥେ ହୋଇବ ଭେଟ

ମୋର ଏଇଠୁ ସରିବ ବାଟ
ମୋର ଏଇଠୁ ସରିବ ବାଟ

ସାରା ଦୁନିଆଟା ଖାଲି ଦୁଃଖରେ ଦୁଃଖ
ସୁଖ ମୁଁ ଜାଣିଛି ଏକା କଳାଶ୍ରୀମୁଖ
ପେଟରେ ଦେଇଛୁ ମୋତେ ଯେତିକି ଭୋକ
ଆନନ୍ଦ ବଜାର ତୋର ହବ ନିଅଁଟ

ଜିବ ଗଲେ ଦବୁ ତୋ ରଥ କାଠରୁ
ଜିବ ଗଲେ ଦବୁ ତୋ ରଥ କାଠରୁ
ମୋ ପାଇଁ ଛ'ଖଣ୍ଡ କାଠ

ମୋର ଏଇଠୁ ସରିବ ନାଟ
ମୋର ଏଇଠୁ ସରିବ ନାଟ

ଏକ ଅକ୍ଷରରେ ଓଁ ଲେଖିଲି, ଦୁଇ ଅକ୍ଷରରେ ଜଗା
ଏକ ଅକ୍ଷରରେ ଓଁ ଲେଖିଲି, ଦୁଇ ଅକ୍ଷରରେ ଜଗା
ତିନି ଅକ୍ଷରରେ କାଳିଆ ଲେଖିଲି
ଚାରି ଅକ୍ଷରରେ ଜଗନ୍ନାଥ

ମୋର ଏଇଠୁ ସରିଲା ପାଠ
ମୋର ଏଇଠୁ ସରିଲା ପାଠ

ମୋର ଏଇଠୁ ସରିବ ବାଟ
ମୋର ଏଇଠୁ ସରିବ ବାଟ
ମୋର ଏଇଠୁ ସରିବ ନାଟ
ମୋର ଏଇଠୁ ସରିବ ନାଟ



Credits
Lyrics powered by www.musixmatch.com

Link