Mu Ta Jhia Nuhen

ମୁଁ ଝିଅ ନୁହେଁ ଖଣ୍ଡେ ନିଆଁ
ମତେ ଛୁଇଁଲେ ଲାଗିବ ଚିଆଁ
ମୁଁ ଝିଅ ନୁହେଁ ଖଣ୍ଡେ ନିଆଁ
ମତେ ଛୁଇଁଲେ ଲାଗିବ ଚିଆଁ

ବଇରି ହେଲେ ବି ଖଡ଼ିଏ ଚାହୁଁଛି
ବାଟର ବାଟୋଇ ଚମକି ଯାଉଛି

ଖାଲି ତମେ ତ କହୁନ ଆହାଃ

ମତେ ମରଣ ହଉନି ଯାହା
ଲେ-ଲେ, ଛୁଇଁଲେ ମାରୁଛ ଡିଆଁ

ମୁଁ ଝିଅ ନୁହେଁ ଖଣ୍ଡେ ନିଆଁ
ମତେ ଛୁଇଁଲେ ଲାଗିବ ଚିଆଁ

ବଇରି ହେଲେ ବି ଖଡ଼ିଏ ଚାହୁଁଛି
ବାଟର ବାଟୋଇ ଚମକି ଯାଉଛି

ଖାଲି ତମେ ତ କହୁନ ଆହାଃ

ମତେ ମରଣ ହଉନି ଯାହା
ଲେ-ଲେ, ଛୁଇଁଲେ ମାରୁଛ ଡିଆଁ
ଭାବୁଛ କି ନିକଟରେ, ହୋଏ-ହୋଏ-ହୋଏ
ପ୍ରେମ ଜାଣି ନାହିଁ ତୁଚ୍ଛା ମଫସଲି

ପଢି ନାହିଁ novel ବହି, ନାଇଁ ନାଇଁ ନାଇଁ
ସହରୀ ଝିଅଙ୍କ ଛଇ ଶିଖି ନାଇଁ

ଦେହରେ ମୋ ଜ୍ଵର, ଛାତି ଥର ଥର
ପାଟୁ କରନାହିଁ ପାଣି କି ମନ୍ତର

ଖାଲି ତମେ ତ କହୁନ ଆହାଃ

ମତେ ବଇଦ ମିଳୁନି ଯାହା
ଲେ-ଲେ, ଛିଟିକି ଯାଉଛ କିଆଁ?
ଥରେ ଖାଲି ନିରୀଖି ଚାହଁ, ହୋଏ-ହୋଏ-ହୋଏ
ଦେଖି ନଥିବ ମୁଁ କେମିତିକା ଝିଅ

ସତେ ତମେ ଏଡିକି ବୋକା
ହାତ ପାଖେ ପାଇ ଛାଡୁଛ ମଉକା

ପାଖେଇ ଆସୁନ, ବୁଲେଇ ନଉନ
ମରଦ ହୋଇ ବି ପାଖକୁ ଟାଣୁନ

ମୋର ଦେହରେ ଲାଗିଛି ନିଆଁ

ମତେ ଜହର ମିଳୁନି ଯାହା
ଲେ-ଲେ, ଏମିତି ହଉଛ କିଆଁ?

ମୁଁ ଝିଅ ନୁହେଁ ଖଣ୍ଡେ ନିଆଁ
ମତେ ଛୁଇଁଲେ ଲାଗିବ ଚିଆଁ

ବଇରି ହେଲେ ବି ଖଡ଼ିଏ ଚାହୁଁଛି
ବାଟର ବାଟୋଇ ଚମକି ଯାଉଛି

ଖାଲି ତମେ ତ କହୁନ ଆହାଃ

ମତେ ମରଣ ହଉନି ଯାହା
ଲେ-ଲେ, ଛୁଇଁଲେ ମାରୁଛ ଡିଆଁ



Credits
Writer(s): Debdas Chhotroy, Sirsananda Daskanungo, Akshaya Mohanty
Lyrics powered by www.musixmatch.com

Link