Bidhira Bidhana

ବିଧିର ବିଧାନ କରିବା କେ ଆନ?
ବିଧିର ବିଧାନ କରିବ କେ ଆନ?

ମଣିଷ ତ ଛାର, କେତେ ବଡ ତାର
ବଦଳାଇବ ଲିଖନ

ବିଧିର ବିଧାନ କରିବା କେ ଆନ?
ବିଧିର ବିଧାନ କରିବ କେ ଆନ?

ଦିନ ଥିଲା ଦିନେ ସୁଖ ଥିଲା ଘରେ
ଘର ନାଇଁ ଆଜି, ଘର ତ ବାଟରେ
ଦିନ ଥିଲା ଦିନେ ସୁଖ ଥିଲା ଘରେ
ଘର ନାଇଁ ଆଜି, ଘର ତ ବାଟରେ

ଦିନେ ଥିଲା ସବୁ ପେଟ ଭରିବାକୁ
ଆଜି ତ ଆସିଛି ଭୋକେ ଚଳିବାକୁ

ତାହାହିଁ ଘଟିବ ଏ ଜୀବନେ ଆମ
ନିୟତିର ଯାହା ମନ

ବିଧିର ବିଧାନ କରିବା କେ ଆନ?
ବିଧିର ବିଧାନ କରିବ କେ ଆନ?

ଭାଗ୍ୟର ସାଥେ ଯାଏ ସେ ଲଢ଼ି
ମୁଣ୍ଡ ଝାଳ ହାଏ ତୁଣ୍ଡରେ ମାରି
ଭାଗ୍ୟର ସାଥେ ଯାଏ ସେ ଲଢ଼ି
ମୁଣ୍ଡ ଝାଳ ହାଏ ତୁଣ୍ଡରେ ମାରି

ମିଳେନାହିଁ ତାର ଶ୍ରମର ମୁଲ
ଏଇ ତେବେ ସତେ ବିଧିର ଖେଳ

ଲହୁର ଦୀପରେ ସଳିତାର ପରି
ଜଳୁଛି ଆଜି ଜୀବନ

ବିଧିର ବିଧାନ କରିବା କେ ଆନ?
ବିଧିର ବିଧାନ କରିବ କେ ଆନ?

ମଣିଷ ତ ଛାର, କେତେ ବଡ ତାର
ବଦଳାଇବ ଲିଖନ

ବିଧିର ବିଧାନ କରିବା କେ ଆନ?
ବିଧିର ବିଧାନ କରିବ କେ ଆନ?

ରକତ ଦେଇ ଯେ ଜୀବନ ଦେଲା
ତା ହାତରେ ବନ୍ଧା ହେବାର ଥିଲା
ରକତ ଦେଇ ଯେ ଜୀବନ ଦେଲା
ତା ହାତରେ ବନ୍ଧା ହେବାର ଥିଲା

କିଏ ବା ବୁଝିବ ଦୁଃଖ ମା'ର?
କାନ୍ଦିବା ପାଇଁ ଜୀବନ ତାର

ଏ ହାତରେ ବେଡି, ସେ ହାତରେ ରାଖୀ
ବିଧିର ଏଇ ତ ଦାନ

ବିଧିର ବିଧାନ କରିବା କେ ଆନ?
ବିଧିର ବିଧାନ କରିବ କେ ଆନ?

ପାସେ ଥାଇ ସେଇ ଜୀବନର ଧନ
ହୁଏନା-ହୁଏନା ଆଜି ତ ମିଳନ
ପାସେ ଥାଇ ସେଇ ଜୀବନର ଧନ
ହୁଏନା-ହୁଏନା ଆଜି ତ ମିଳନ

ସାହସ ନାହିଁ ତ ଡାକିବାକୁ ତାରେ
ଶୁଖିଯାଏ ଗଳା ଅଜଣା ଭୟରେ
ପାସେ ଆସୁ-ଆସୁ ପୁଣି ତ କାହିଁକି
ବଢିଯାଏ ବ୍ୟବଧାନ?

ବିଧିର ବିଧାନ କରିବା କେ ଆନ?
ବିଧିର ବିଧାନ କରିବ କେ ଆନ?

ମଣିଷ ତ ଛାର, କେତେ ବଡ ତାର
ବଦଳାଇବ ଲିଖନ

ବିଧିର ବିଧାନ କରିବା କେ ଆନ?
ବିଧିର ବିଧାନ କରିବ କେ ଆନ?



Credits
Writer(s): Akshaya Mohanty, Pulak Banerjee, Rajshree Mukherjee
Lyrics powered by www.musixmatch.com

Link