Balika Badhu

ତୁ କହିଲେ ଚାନ୍ଦକୁ ଆଣି
କରିଦେବି ତୋ ମଥାର ଚନ୍ଦନ-ବିନ୍ଦୁ
ତୁ କହିଲେ ନିଦରେ ତୋର
ସବୁ ରାତି ଝରେଇବି ପୂର୍ଣ୍ଣମୀ ଇନ୍ଦୁ

ଭୁଲ୍ ବୁଝିବୁନି ମତେ
ପିଲାଟି ଦିନରୁ ତତେ
ମନେ-ମନେ ଭାବିଛି ମୋ

ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ

ଅଝଟିଆ ପିଲାଦିନ କିଏ ମାଗେ ତାରା, ଜହ୍ନ
କିଏ ମାଗେ କଣ୍ଢେଇ
ହେଲେ ମୋ ଆଖିରେ ରହିଛୁ ଏକା ତୁ
ଆଉ କିଛି ମାଗିନାହିଁ

ହୋ, ଅଝଟିଆ ପିଲାଦିନ କିଏ ମାଗେ ତାରା, ଜହ୍ନ
କିଏ ମାଗେ କଣ୍ଢେଇ
ହେଲେ ମୋ ଆଖିରେ ରହିଛୁ ଏକା ତୁ
ଆଉ କିଛି ମାଗିନାହିଁ

ଦୋଷ ଦବୁନି ତୁ ମତେ
ମୁଁ ବଦଳିନି ସତେ
ମୋ ଆଖିରେ ଏ ଯାଏଁ ତୁ

ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ

ଛୋଟ ବେଳେ ଆମ ଘରେ
ଗେଲେ-ଗେଲେ କହିଥିଲେ, ବୋହୂ କରିବେ ତତେ
ସେ ମିଛ ଗେଲ ମୋ ଜୀବନ ସାଜିଛି
ଭୁଲି ପାରୁନି ମୁଁ ସତେ

ହୋ, ଛୋଟ ବେଳେ ଆମ ଘରେ
ଗେଲେ-ଗେଲେ କହିଥିଲେ, ବୋହୂ କରିବେ ତତେ
ସେ ମିଛ ଗେଲ ମୋ ଜୀବନ ସାଜିଛି
ଭୁଲି ପାରୁନି ମୁଁ ସତେ

କେତେ କରୁଛୁ ଗୁମାନ?
ଫେରେଇଦେ ମୋ ପିଲାଦିନ
ପୁଣି ଥରେ ହେଇଯା ମୋ

ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ

ତୁ କହିଲେ ଚାନ୍ଦକୁ ଆଣି
କରିଦେବି ତୋ ମଥାର ଚନ୍ଦନ-ବିନ୍ଦୁ
ତୁ କହିଲେ ନିଦରେ ତୋର
ସବୁ ରାତି ଝରେଇବି ପୂର୍ଣ୍ଣମୀ ଇନ୍ଦୁ

ଭୁଲ୍ ବୁଝିବୁନି ମତେ
ପିଲାଟି ଦିନରୁ ତତେ
ମନେ-ମନେ ଭାବିଛି ମୋ

ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ



Credits
Writer(s): Abhijit Majumdar, Nirmala Nayak
Lyrics powered by www.musixmatch.com

Link