Haladi Basanta Chadhei Alo Haladi Muhni

ହଳଦୀ ବସନ୍ତ ଚଢ଼େଇ ତୁ, ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ-ଶାଢ଼ୀ ଲୋ, ତତେ ଭାରି ମାନଇ
ହଳଦୀ ବସନ୍ତ ଚଢ଼େଇ ତୁ, ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ-ଶାଢ଼ୀ ଲୋ, ତତେ ଭାରି ମାନଇ

ହାଏଲୋ ହାଏ ସୁନ୍ଦରୀ
ହସିଲେ ବାଜେ ମହୁରୀ
ହାଏଲୋ ହାଏ ସୁନ୍ଦରୀ
ହସିଲେ ବାଜେ ମହୁରୀ

ଲାଜକୁଳି ଝିଅଟେ ତୁହି

ହଳଦୀ ବସନ୍ତ ଚଢ଼େଇ ତୁ, ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ-ଶାଢ଼ୀ ଲୋ, ତତେ ଭାରି ମାନଇ

ଫୁଲ ଝୁରୁଛି ତତେ, ଜହ୍ନ ଝୁରୁଛି ତତେ
ନଦୀ ବି ଝୁରି ମରେ ତୋ ପାଇଁ
ପବନ କହେ କାନେ, ଆସିବୁ ତୁ ଦିନେ
ତୋ ଗାଁ ପାରି ହୋଇ ମୋ ପାଇଁ

ଫୁଲ ଝୁରୁଛି ତତେ, ଜହ୍ନ ଝୁରୁଛି ତତେ
ନଦୀ ବି ଝୁରି ମରେ ତୋ ପାଇଁ
ପବନ କହେ କାନେ, ଆସିବୁ ତୁ ଦିନେ
ତୋ ଗାଁ ପାରି ହୋଇ ମୋ ପାଇଁ

ସଜ ତୋ ସୁନେଲି ସନ୍ଧ୍ୟା
ଲାଜ ତୋ ରଜନୀଗନ୍ଧା
ସଜ ତୋ ସୁନେଲି ସନ୍ଧ୍ୟା
ଲାଜ ତୋ ରଜନୀଗନ୍ଧା

ଦିନ, ରାତି ଝୁରେ ତୋ ପାଇଁ

ହଳଦୀ ବସନ୍ତ ଚଢ଼େଇ ତୁ, ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ-ଶାଢ଼ୀ ଲୋ, ତତେ ଭାରି ମାନଇ

ଆଖି ଖୋଜୁଛି ତତେ, ଓଠ ଖୋଜୁଛି ତତେ
ମନ ଖୋଜୁଛି ନୀତି ରାତିରେ
ଆସେ ପହିଲି ରଜ, ହବୁତୁ କେବେ ସଜ?
ବସିବୁ ବେଦୀରେ ମୋ ସାଥିରେ

ଆଖି ଖୋଜୁଛି ତତେ, ଓଠ ଖୋଜୁଛି ତତେ
ମନ ଖୋଜୁଛି ନୀତି ରାତିରେ
ଆସେ ପହିଲି ରଜ, ହବୁତୁ କେବେ ସଜ?
ବସିବୁ ବେଦୀରେ ମୋ ସାଥିରେ

ମଥାରେ ଦେଇ ଓଢ଼ଣୀ
ସାଜିବୁ କେବେ ଘରଣୀ?
ମଥାରେ ଦେଇ ଓଢ଼ଣୀ
ସାଜିବୁ କେବେ ଘରଣୀ?

ବସିଛି ମୁଁ ତୋ ବାଟ ଚାହିଁ

ହଳଦୀ ବସନ୍ତ ଚଢ଼େଇ ତୁ, ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ-ଶାଢ଼ୀ ଲୋ, ତତେ ଭାରି ମାନଇ

ହାଏଲୋ ହାଏ ସୁନ୍ଦରୀ
ହସିଲେ ବାଜେ ମହୁରୀ
ହାଏଲୋ ହାଏ ସୁନ୍ଦରୀ
ହସିଲେ ବାଜେ ମହୁରୀ

ଲାଜକୁଳି ଝିଅଟେ ତୁହି

ହଳଦୀ ବସନ୍ତ ଚଢ଼େଇ ତୁ, ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ-ଶାଢ଼ୀ ଲୋ, ତତେ ଭାରି ମାନଇ



Credits
Writer(s): Krushna Chandra, Panchanana Nayak
Lyrics powered by www.musixmatch.com

Link