Chati Tale Gote Hrudaya Achhi

ଏହେ, ହେ-ହେ-ହେ
ଏହେ, ହେ-ହେ-ହେ
ହେ-ହେ-ହେ-ହେ-ହେ-ହେ

ହୁଁ ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି

ଯେ ଦିନୁ ସେ ମତେ ଭଲ ପାଉଚି
ସେ ଦିନୁ ବାଟ ମୁଁ ଭୁଲି ଯାଇଚି
ସବୁ ରାତି ଉଜାଗରେ ମୋ ପାହି ଯାଉଚି

ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି

ଫୁଲକୁ ମଳୟ ଛୁଇଁଗଲା ପରି
ସେ ମତେ ଯାଇଚି ଛୁଇଁ
ସବୁଦିନ ମତେ ଫଗୁଣ ଲାଗୁଚି
କେବଳ ମୋ ପ୍ରିୟା ପାଇଁ
ହାଁ ଫୁଲକୁ ମଳୟ ଛୁଇଁଗଲା ପରି
ସେ ମତେ ଯାଇଚି ଛୁଇଁ
ସବୁଦିନ ମତେ ଫଗୁଣ ଲାଗୁଚି
କେବଳ ମୋ ପ୍ରିୟା ପାଇଁ

ସେ ଦିନୁ ଏ ମନ ଚଗଲା ହେଇଚି
ବାଟ ଭୁଲିଯାଇ ଅବାଟେ ଯାଉଚି
ନ ଦେଖିଲେ ଦିନେ ତାକୁ ମୋ ଛାତି ଥରୁଚି

ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି

ରାତିର ବୟସ ବଢ଼ିଯାଏ ଯେତେ
ମନେ ପଡ଼େ ସିଏ ମୋର
କଲମରୁ ଝରେ କବିତାର ଧାଡ଼ି
ନୂଆ ଗୀତ, ନୂଆ ସୁର
ହୋ ରାତିର ବୟସ ବଢ଼ିଯାଏ ଯେତେ
ମନେ ପଡ଼େ ସିଏ ମୋର
କଲମରୁ ଝରେ କବିତାର ଧାଡ଼ି
ନୂଆ ଗୀତ, ନୂଆ ସୁର

ବିଦ୍ୟାରାଣ ଖାଇ ସତ ମୁଁ କହୁଚି
ସିଏ ବି ମୋ ପାଇଁ ଅଧିର ହଉଚି
ଲିଭେ ନାହିଁ ଏମିତିକା ସେ ଚିହ୍ନ ଦେଇଚି

ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି

ଯେ ଦିନୁ ସେ ମତେ ଭଲ ପାଉଚି
ସେ ଦିନୁ ବାଟ ମୁଁ ଭୁଲି ଯାଇଚି
ସବୁ ରାତି ଉଜାଗରେ ମୋ ପାହି ଯାଉଚି
ଛାତି ଥରୁଚି
ହାଁ ଚିହ୍ନ ଦେଇଚି
ହଁ ପାହି ଯାଉଚି



Credits
Writer(s): Gagan Bihari Jena
Lyrics powered by www.musixmatch.com

Link