Anutaap

ତୁ ଯଦି ବରଷା ବରଷିବୁ ଦିନେ
ଭରସା ଅଛି ରେ ମୋର

ତୁ ଯଦି ବରଷା ବରଷିବୁ ଦିନେ
ଭରସା ଅଛି ରେ ମୋର
ହସୁ-ହସୁ କେବେ ଲୁହ ଝରିଗଲେ
ମନେ ମୁଁ ପଡ଼ିବି ତୋର

ଏ ସମ୍ପର୍କ ନୁହେଁ ଗୋଟେ ଦିନର
ତୁ ଫେରିଆ ଭାବି ଥରେ ନିଜର
ମୋ ଠାରୁ ବେଶି ଭଲ ପାଇବା
ପାଇବୁନି ତୁ କେବେ କାହାର

ତୁ ଯଦି ବରଷା ବରଷିବୁ ଦିନେ
ଭରଷା ଅଛି ରେ ମୋର

କେବେ ବୁଝିବୁ ପ୍ରେମକୁ ମୋର?
କେବେ ବୁଝିବୁ ପ୍ରେମକୁ ମୋର?

ଥରେ-ଥରେ ପ୍ରେମରେ, ଚାଲୁ-ଚାଲୁ ସାଥିରେ
ବଢିଯାଏ ଦୂରତା ଭୁଲ ବୁଝାବଣାରେ
ନ ଜାଣିଲେ ନ ଜାଣୁ କି ଭଲ ଭାବେ ଜାଣୁ ତୁ
ନିଜ ଠାରୁ ଶହେଗୁଣ ଭଲପାଏ ତତେ ମୁଁ

ତୁ ଯଦି ଲହରୀ, ଲେଉଟିବୁ ଥରେ ବେଳାଭୂଇଁ ବାଲିଘର
ସେଇଠି ବସିଛି ଯୋଉଠି ମୋତେ ତୁ କରିଗଲୁ ସାତପର

କେବେ ବୁଝିବୁ ପ୍ରେମକୁ ମୋର?
କେବେ ବୁଝିବୁ ପ୍ରେମକୁ ମୋର?

ଲୁହ ସାଜେ ଶ୍ରାବଣ, ହୁଏ ଭାବପ୍ରବଣ
ତୋ ବିନା ଏ ଦେହରେ ନାହିଁ ଆଉ ଜୀବନ
ଫେରିଆ ରେ ଫେରିଆ ତୁ, ଲାଗେ ଭାରି ନିଃସଙ୍ଗ
ମନ ଆଜି ଭଲନାହିଁ ସପନଟା ବେରଙ୍ଗ

ତୁ ଯଦି ପର୍ବତ, ପ୍ରତିଧ୍ଵନି ହେଇ ଫେରେଇଦେ ଡାକ ମୋର
ଶୁଭୁନି କି ତତେ? ବିରହ ରାଗିଣୀ ବୁକୁଫଟା ଚିହ୍ନା ସ୍ୱର

କେବେ ବୁଝିବୁ ପ୍ରେମକୁ ମୋର?
କେବେ ବୁଝିବୁ ପ୍ରେମକୁ ମୋର?
କେବେ ବୁଝିବୁ ପ୍ରେମକୁ ମୋର?
କେବେ ବୁଝିବୁ ପ୍ରେମକୁ ମୋର?



Credits
Writer(s): Nihar Priyashis, Sumit Dikshit
Lyrics powered by www.musixmatch.com

Link