Aa Pheriaa

ଆ ଫେରିଆ, ଆ ଫେରିଆ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ

ଆ ଫେରିଆ, ଆ ଫେରିଆ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ

ମନେପଡେ ମାଆ ମାଟି, ପିଲାଦିନ, ସାଙ୍ଗ ସାଥି
ମନେପଡେ ମାଆ ମାଟି, ପିଲାଦିନ, ସାଙ୍ଗସାଥି
ସ୍ମୃତି କରେ ଅଝଟିଆ

ଆ ଫେରିଆ, ଆ ଫେରିଆ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ

ଭାରି ମନେପଡେ ବୋଉ ହାତରନ୍ଧା
ବାପାଙ୍କ ଆକଟ ଗାଳି
ଅତି ଆପଣାର ମୋ ଗାଁ ମଣିଷ
ମଥା ଖୋଜେ ଦାଣ୍ଡ-ଧୂଳି

ହୋ, ଏ ସହରେ ଟୋପେ ବରଷା ଦିଶେନି
ଜହ୍ନତ ଭାରି ମହଙ୍ଗା
ଖୋଜିହୁଏ ସେଇ ଓଦା ମାଟି ବାସ୍ନା
ବରଷା କାଗଜ ଡଙ୍ଗା

ଚାଳଘର ମାଟି କାନ୍ଥ, ଅଭୁଲା ସେଇ ଅତୀତ
ଚାଳଘର ମାଟି କାନ୍ଥ, ଅଭୁଲା ସେଇ ଅତୀତ
ମନ ହୁଏ ଅମାନିଆ

ଆ ଫେରିଆ, ଆ ଫେରିଆ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ

ଗାଁ ନଈକୂଳ, ତୋଟା, ବଣ, ବିଲ
ପୁନେଇ, ପରବ, ଦୋଳ
ଆଉ କି ଫେରିବ ଅଫେରା ଅତୀତ?
ହାଏ, ମୋର ପିଲାବେଳ

ହୋ, ଶସ୍ୟ-ଶ୍ୟାମଳା ମୋ ସୁନାର ଓଡ଼ିଶା
ସେଇ ମୋ ଜନମ ଭୂଇଁ
ମିଠା ତାର ପାଣି, ମିଠା ତା ପବନ
ସେ ମିଠା କୋଉଠି ନାହିଁ

ଖୋଜେ ଗାଁ, ଖୋଜେ ମାଆ, ଖୋଜେ ମୋ ଗାଉଁଲି ପ୍ରିୟା
ଖୋଜେ ଗାଁ, ଖୋଜେ ମାଆ, ଖୋଜେ ମୋ ଗାଉଁଲି ପ୍ରିୟା
ଆରେ ଆ ରେ, ବିଦେଶେ ଆ

ଆ ଫେରିଆ, ଆ ଫେରିଆ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ
ହାତଠାରି ଡ଼ାକେ ମତେ, ମୋ ଘାଟ ପାରି ଗାଁ



Credits
Writer(s): Saroj Kumar
Lyrics powered by www.musixmatch.com

Link