Sharmili

ମୋ ପାଇଁ ଏ ପ୍ରେମ ତୋର
ଦାମୀ ଗୋଟେ ଉପହାର

ଓ, ମୋ ପାଇଁ ଏ ପ୍ରେମ ତୋର
ଦାମୀ ଗୋଟେ ଉପହାର

ତୋ ପାଇଁ ମନରେ ଖୁସିର ଲହରୀ
ସପନ ନଇଁରେ ଯାଏ ମୁଁ ପହଁରି
ତୋତେ ପାଇ ସବୁ ଭୁଲିଯାଏ ମୁଁ ଆଜିକାଲି

ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି

କହିଦେ ହେଲୁ ତୁ ଭଲ କାଇଁ ଏତେ?
ମନରେ ଲୁଚେଇ ରଖିଦେଲି ତୋତେ
କହିଦେ ହେଲୁ ତୁ ଭଲ କାଇଁ ଏତେ?
ମନରେ ଲୁଚେଇ ରଖିଦେଲି ତୋତେ

ମେଘକୁ କହିଛି ବରଷିବୁ କାଲି
ତୋ ସାଥିରେ ଟିକେ ଭିଜିବି ମୁଁ ବୋଲି
ଭିଜିବୁ କି ନା କହିଦେ ରେ ତୁ ଓଠ ଖୋଲି

ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି

ଯେବେଠୁ ତୋ ପାଖେ ଅଟକିଛି ପାଦ
ସବୁଠି ଶୁଭୁଚି ତୋ ନାଁ ଶବଦ
ଯେବେଠୁ ତୋ ପାଖେ ଅଟକିଛି ପାଦ
ସବୁଠି ଶୁଭୁଚି ତୋ ନାଁ ଶବଦ

ତୋତେ ମୁଁ କାହିଁକି ହୁଏ ଏତେ ଖୋଜି?
ଜାଣିଚୁ ଯଦି ତୁ କହିଦେରେ ଆଜି
ଲାଗୁଛି ତୋ ପାଇଁ ଜିଇଁବାର ରାହା ପାଇଗଲି

ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି



Credits
Writer(s): Asad Nizam, Puspak Parida
Lyrics powered by www.musixmatch.com

Link