A Patita Pabana Bana

ଏଇ ପତିତପାବନ ବାନା ଆକାଶକୁ ଚାହିଁଥାଏ
ଏଇ ପତିତପାବନ ବାନା ଆକାଶକୁ ଚାହିଁଥାଏ

ପାପୀ କହେ ମୋତେ ଡାକେ, ତପି କହେ ମୋତେ ଡାକେ
ପାପୀ କହେ ମୋତେ ଡାକେ, ତପି କହେ ମୋତେ ଡାକେ

ହେଲେ, ପବନରେ ବାନା ତାର ଆପେ ଉଡୁଥାଏ ରେ
ପବନରେ ବାନା ତାର ଆପେ ଉଡୁଥାଏ

ଏଇ ପତିତପାବନ ବାନା ଆକାଶକୁ ଚାହିଁଥାଏ
ଏଇ ପତିତପାବନ ବାନା ଆକାଶକୁ ଚାହିଁଥାଏ

ଚାଲି-ଚାଲି ଭକ୍ତ ଆସନ୍ତି ଶ୍ରୀକ୍ଷେତ୍ର ମୁକତି ପାଇଁ
ଏଇ ଶିରୀକ୍ଷେତ୍ର, ଶିରୀବୃନ୍ଦାବନ କଳପ ଭୂଇଁ
ଚାଲି-ଚାଲି ଭକ୍ତ ଆସନ୍ତି ଶ୍ରୀକ୍ଷେତ୍ର ମୁକତି ପାଇଁ
ଏଇ ଶିରୀକ୍ଷେତ୍ର, ଶିରୀବୃନ୍ଦାବନ କଳପ ଭୂଇଁ

କିଏ ଦିଏ ଧୂପ-ଦୀପ, କିଏ କହେ ନିଜ ପାପ
କିଏ ଦିଏ ଧୂପ-ଦୀପ, କିଏ କହେ ନିଜ ପାପ

ହେଲେ, ପତିତପାବନ ବାନା ସବୁ ଦେଖୁଥାଏ ରେ
ପତିତପାବନ ବାନା ସବୁ ଦେଖୁଥାଏ

ଏଇ ପତିତପାବନ ବାନା ଆକାଶକୁ ଚାହିଁଥାଏ
ଏଇ ପତିତପାବନ ବାନା ଆକାଶକୁ ଚାହିଁଥାଏ

ଦୁଃଖରେ କେ' ଆସେ, ସୁଖରେ କେ' ଆସେ ମାଗିବା ପାଇଁ
ଭକତିର ଗଣ୍ଠି ପଡିଛି ଏମିତି ଖୋଲଇନାହିଁ
ଦୁଃଖରେ କେ' ଆସେ, ସୁଖରେ କେ' ଆସେ ମାଗିବା ପାଇଁ
ଭକତିର ଗଣ୍ଠି ପଡିଛି ଏମିତି ଖୋଲଇନାହିଁ

ଜୀବ-ମାୟା ଲାଗେ ଖେଳ, କାହାକୁ ବା ହୁଏ କାଳ
ଜୀବ-ମାୟା ଲାଗେ ଖେଳ, କାହାକୁ ବା ହୁଏ କାଳ

ହେଲେ, ପତିତପାବନ ବାନା ଖାଲି ହସୁଥାଏ ରେ
ପତିତପାବନ ବାନା ଖାଲି ହସୁଥାଏ

ଏଇ ପତିତପାବନ ବାନା ଆକାଶକୁ ଚାହିଁଥାଏ
ଏଇ ପତିତପାବନ ବାନା ଆକାଶକୁ ଚାହିଁଥାଏ

ପାପୀ କହେ ମୋତେ ଡାକେ, ତପି କହେ ମୋତେ ଡାକେ
ପାପୀ କହେ ମୋତେ ଡାକେ, ତପି କହେ ମୋତେ ଡାକେ

ହେଲେ, ପବନରେ ବାନା ତାର ଆପେ ଉଡୁଥାଏ ରେ
ପବନରେ ବାନା ତାର ଆପେ ଉଡୁଥାଏ
ପବନରେ ବାନା ତାର ଆପେ ଉଡୁଥାଏ ରେ
ପବନରେ ବାନା ତାର ଆପେ ଉଡୁଥାଏ



Credits
Writer(s): Balkrushna Das
Lyrics powered by www.musixmatch.com

Link