Srabana Akashe Megha

ଶ୍ରାବଣ ଆକାଶେ ମେଘ, ଖାସ୍ ତୁମରି ପାଇଁ
ଫଗୁଣ ଫୁଲରେ ରଙ୍ଗ, ଖାସ୍ ତୁମରି ପାଇଁ

ମୋତେ ଲାଗେ ମୁଁ ସତେ, ଖାସ୍ ତୁମରି ପାଇଁ

ଶ୍ରାବଣ ଆକାଶେ ମେଘ, ଖାସ୍ ତୁମରି ପାଇଁ
ଫଗୁଣ ଫୁଲରେ ରଙ୍ଗ, ଖାସ୍ ତୁମରି ପାଇଁ

ମୋତେ ଲାଗେ ମୁଁ ସତେ, ଖାସ୍ ତୁମରି ପାଇଁ

ଖାସ୍ ତୁମେ, ଖାସ୍ ତୁମେ
ଖାସ୍ ତୁମେ, ଖାସ୍ ତୁମେ

ଶ୍ରାବଣ ଆକାଶେ ମେଘ, ଖାସ୍ ତୁମରି ପାଇଁ
ଖାସ୍ ତୁମରି ପାଇଁ

ନଈ ବୋହୁଥିଲା, ଗୀତ ଗାଉଥିଲା
ମନ ଯାଉଥିଲା ଛୁଇଁ-ଛୁଇଁ
ସାଗରରେ ମିଶିବାର ଆଶା ନେଇ

ଜହ୍ନ ହସୁଥିଲା, ଫୁଲ ବସୁଥିଲା
ରାତି ବସିଥିଲା ବାଟ୍ ଚାହିଁ
ଟୋପି-ଟୋପି କାକରରେ ଓଦା ହୋଇ

ମୁଁ ଚାହିଁ ବସିଛି ଖାସ୍ ତୁମରି ପାଇଁ

ଖାସ୍ ତୁମେ, ଖାସ୍ ତୁମେ
ଖାସ୍ ତୁମେ, ଖାସ୍ ତୁମେ

ଶୀତ ହେଉଥିଲା, ଦେହ ଥରୁଥିଲା
ଆଖି ଯାଉଥିଲା ନଇଁ-ନଇଁ
ଲହରୀରେ ନାଚୁଥିଲା ଜହ୍ନ ଛାଇ

ମେଘ ଭାସୁଥିଲା, ଭାସି ଯାଉଥିଲା
ମୋତେ ଏଇ କଥା କହି-କହି
ଚାଲିବାକୁ ହେବ ସାଥି ଏକା ହୋଇ

ମନେହୁଏ ଏ ସବୁ ଖାସ୍ ତୁମରି ପାଇଁ

ଶ୍ରାବଣ ଆକାଶେ ମେଘ, ଖାସ୍ ତୁମରି ପାଇଁ
ଫଗୁଣ ଫୁଲରେ ରଙ୍ଗ, ଖାସ୍ ତୁମରି ପାଇଁ

ମୋତେ ଲାଗେ ମୁଁ ସତେ, ଖାସ୍ ତୁମରି ପାଇଁ

ଖାସ୍ ତୁମେ, ଖାସ୍ ତୁମେ
ଖାସ୍ ତୁମେ, ଖାସ୍ ତୁମେ



Credits
Writer(s): Rabindra Nath Padhy
Lyrics powered by www.musixmatch.com

Link