Badadande Sabari

ହୋ, ସଵାରୀ ଗଡ଼ିଲା ବଡଦାଣ୍ଡକୁ
ବଜା ମହୁରୀ ବଜା
ହୋ, ଝିଅ ଜନମ ତ ପର ଘରକୁ
ସଜା ସଵାରୀ ସଜା

ହୋ, ପାଟର ଓଢଣୀ ତଳୁ କାନ୍ଦି କହେ କୁନି ବୋହୁ
ପାଟର ଓଢଣୀ ତଳୁ କାନ୍ଦି କହେ କୁନି ବୋହୁ
ଶାଶୁ ଘରେ ଜଗନ୍ନାଥ ସାହାଟି

କାଚ ବଜର ହେଉ, ଏଇ କରୁଣା ଥାଉ
କାଚ ବଜର ହେଉ, ଏଇ କରୁଣା ଥାଉ
ନୀତି ନୀତି ଚଉରା ମୂଳେ, ଶୁଭ ମନାସିବ
ଜାଳି ଜାଳି ସଞ୍ଜ ସଳିତା, ତତେ ଡାକୁଥିବ

ତା ହାତର ନାଲି ଶଙ୍ଖା, ମଥାର ସିନ୍ଦୁର
ସାଇତିବା ଧନ ହେଉ ସାରା ଜୀବନର
ତା ହାତର ନାଲି ଶଙ୍ଖା, ମଥାର ସିନ୍ଦୁର
ସାଇତିବା ଧନ ହେଉ ସାରା ଜୀବନର

ହୋ, ଅଲିଅଳି ଝିଅ ଆଜି ଯାଉଛି ଲୋ ବୋହୁ ସାଜି
ଅଲିଅଳି ଝିଅ ଆଜି ଯାଉଛି ଲୋ ବୋହୁ ସାଜି
ଆପଣ କରିବ ପରା ପରକୁ

ଶଙ୍ଖା ସିନ୍ଦୁର ଥାଉ, କାଚ ବଜର ହେଉ
ଶଙ୍ଖା ସିନ୍ଦୁର ଥାଉ, କାଚ ବଜର ହେଉ
ଜୀବନର ସଉଦା ସାରି ଯେବେ ସେ ଫେରିବ
ବାଜୁଥିବ ଅହ୍ୟ ଡେଙ୍ଗୁରା, ସ୍ୱର୍ଗଦ୍ୱାର ଯିବ

ତା ଫେରିବା ବାଟ ପରା ତୋ ଦୁଆର ଦେଇ
ଏଇ ଟିକେ ଶେଷ ଆଶା, ଯିବ ଦଣ୍ଡେ ରହି
ତା ଫେରିବା ବାଟ ପରା ତୋ ଦୁଆର ଦେଇ
ଏଇ ଟିକେ ଶେଷ ଆଶା, ଯିବ ଦଣ୍ଡେ ରହି

ହୋ, ବିଧାତର ଖେଳ ଇଏ, ଆସେ ଯିଏ ଯାଏ ସିଏ
ବିଧାତର ଖେଳ ଇଏ, ଆସେ ଯିଏ ଯାଏ ସିଏ
ଭାଗ୍ୟ ଥିଲେ ଜଗନ୍ନାଥ ସାହା ଟି

ଶଙ୍ଖା ସିନ୍ଦୁର ଥାଉ, କାଚ ବଜର ହେଉ
ଶଙ୍ଖା ସିନ୍ଦୁର ଥାଉ, କାଚ ବଜର ହେଉ

ହୋ, ସଵାରୀ ଗଡ଼ିଲା ବଡଦାଣ୍ଡକୁ
ବଜା ମହୁରୀ ବଜା
ହୋ, ଝିଅ ଜନମ ତ ପର ଘରକୁ
ସଜା ସଵାରୀ ସଜା

ହୋ, ପାଟର ଓଢଣୀ ତଳୁ କାନ୍ଦି କହେ କୁନି ବୋହୁ
ପାଟର ଓଢଣୀ ତଳୁ କାନ୍ଦି କହେ କୁନି ବୋହୁ
ଶାଶୁ ଘରେ ଜଗନ୍ନାଥ ସାହାଟି

କାଚ ବଜର ହେଉ, ଏଇ କରୁଣା ଥାଉ
କାଚ ବଜର ହେଉ, ଏଇ କରୁଣା ଥାଉ
କାଚ ବଜର ହେଉ, ଏଇ କରୁଣା ଥାଉ



Credits
Writer(s): Alekh Biswal, Purnachandra Khuntia
Lyrics powered by www.musixmatch.com

Link