Suna Salita

ହେ ଝୁଲାମୁଣି ଧରି କାହାକୁ ଜପୁଛୁ କହ ଲୋ?
ମୋ ଗଜ-ମୁକୁତା

ହେ ଝୁଲାମୁଣି ଧରି କାହାକୁ ଜପୁଛୁ କହ ଲୋ?
ମୋ ଗଜ-ମୁକୁତା
ମଥାରେ କାଟିଛୁ ରାମାନନ୍ଦୀ ଚିତା ଲୋ
ମୋ ସୁନା-ସଳିତା

ବେଳ ଥାଉ-ଥାଉ, ନ ପସେ ଚେତା
ମଲା ବେଳେ ତୋର ହେଲା ଲୋ ଚିନ୍ତା

ତୋର ବେଳ ଗଲା, ବେଳ ଗଲା, ବେଳ ଗଲା
ଦିନ ଗଣୁ ଥା

ମୋ ଗଜ-ମୁକୁତା, ମୋ ସୁନା-ସଳିତା
ହେ ଝୁଲାମୁଣି ଧରି କାହାକୁ ଜପୁଛୁ କହ ଲୋ?
ମୋ ଗଜ-ମୁକୁତା, ମୋ ସୁନା-ସଳିତା

ଜନମ ହେଲୁ ତୁ ଘର ହସେଇଲୁ
ରାଗିଲୁ ପୁନେଇ ଜହ୍ନ
ଖେଳି ତୁ କାଟିଲୁ ସାରା ପିଲାଦିନ
ମାଆ ଡାକେ ଜୀବଧନ

ଯଉବନ ବେଳେ ମନ ଛନ-ଛନ
ଜାଣି ପାରିଲୁନି ରାତି କି ଦିନ

ତୋର ବେଳ ଗଲା, ବେଳ ଗଲା, ବେଳ ଗଲା
ଖେଳ ଖେଳୁଥା

ମୋ ଗଜ-ମୁକୁତା, ମୋ ସୁନା-ସଳିତା
ହେ ଝୁଲାମୁଣି ଧରି କାହାକୁ ଜପୁଛୁ କହ ଲୋ?
ମୋ ଗଜ-ମୁକୁତା, ମୋ ସୁନା-ସଳିତା

ବାହା ହେଇଗଲୁ ସଂସାର କରିଲୁ
ଡ଼ାକିଲୁ ମୋ ପୁଅ ଝିଅ
ଜଞ୍ଜାଳ ଭିତରେ ଘାଣ୍ଟି ହେଇଗଲୁ
ଘାରିଲା ତୋତେ ଲୋ ମୋହ

ସବୁ ଛାଡ଼ିଦେଇ ମାଳା ଧରିଲୁ
ଏ ଘର ସଂସାର ସବୁ ଭୁଲିଲୁ

ତୋର ବେଳ ଗଲା, ବେଳ ଗଲା, ବେଳ ଗଲା
ବସି ଭାବୁଥା

ମୋ ଗଜ-ମୁକୁତା, ମୋ ସୁନା-ସଳିତା

ହେ ଝୁଲାମୁଣି ଧରି କାହାକୁ ଜପୁଛୁ କହ ଲୋ?
ମୋ ଗଜ-ମୁକୁତା
ମଥାରେ କାଟିଛୁ ରାମାନନ୍ଦୀ ଚିତା ଲୋ
ମୋ ସୁନା-ସଳିତା

ବେଳ ଥାଉ-ଥାଉ ନ ପସେ ଚେତା
ମଲା ବେଳେ ତୋର ହେଲା ଲୋ ଚିନ୍ତା

ତୋର ବେଳ ଗଲା, ବେଳ ଗଲା, ବେଳ ଗଲା
ଦିନ ଗଣୁ ଥା

ମୋ ଗଜ-ମୁକୁତା, ମୋ ସୁନା-ସଳିତା
ହେ ଝୁଲାମୁଣି ଧରି କାହାକୁ ଜପୁଛୁ କହ ଲୋ?
ମୋ ଗଜ-ମୁକୁତା, ମୋ ସୁନା-ସଳିତା
ହେ, ମଥାରେ କାଟିଛୁ ରାମାନନ୍ଦୀ ଚିତା ଲୋ
ମୋ ସୁନା-ସଳିତା, ମୋ ଗଜ-ମୁକୁତା
ମୋ ସୁନା-ସଳିତା, ମୋ ଗଜ-ମୁକୁତା
ମୋ ସୁନା-ସଳିତା, ମୋ ଗଜ-ମୁକୁତା



Credits
Writer(s): Malay Mishra, Narendra Behera
Lyrics powered by www.musixmatch.com

Link