Sindure Lekhide Maa

ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ

ତୁ ସିନ୍ଦୂରେ ଲେଖିଦେ ମାଆ, ମୁଁ ପଠେଇବି ଘଟଗାଁ
ତୁ ସିନ୍ଦୂରେ ଲେଖିଦେ ମାଆ, ମୁଁ ପଠେଇବି ଘଟଗାଁ

ମାଆ ତାରିଣୀ କରିବ ଦୂରଲୋ, ସବୁ ସଙ୍କଟ, ସବୁ ସଙ୍କଟ

ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
ପାଟଲୋ ପାଟ

ସଙ୍କଟ ହାରିଣୀ ବୋଲି ନାଁ ତାର ହେଲା ତାରିଣୀ
ବିପଦରେ ଆପଦରେ ମାଆ ପରା ହିତ ତାରିଣୀ
ହୋ, ସଙ୍କଟ ହାରିଣୀ ବୋଲି ନାଁ ତାର ହେଲା ତାରିଣୀ
ବିପଦରେ ଆପଦରେ ମାଆ ପରା ହିତ ତାରିଣୀ

ସେ ବିପଦ ବେଳରେ ତୋର ଲୋ, ଦାଣ୍ଡ କବାଟ
ଦାଣ୍ଡ କବାଟ

ଗୋଟା ନଡିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
ପାଟଲୋ ପାଟ

ଭକତର ନଡ଼ିଆକୁ ଦୂରେ ଥାଇ ନିଏ ତାରିଣୀ
ଯେଉଁ ଗାଡ଼ିବାଲା ହେଉ ନେବାପାଇଁ ମନା କରେନି
ହୋ, ଭକତର ନଡ଼ିଆକୁ ଦୂରେ ଥାଇ ନିଏ ତାରିଣୀ
ଯେଉଁ ଗାଡ଼ିବାଲା ହେଉ ନେବାପାଇଁ ମନା କରେନି

ସେ ଦୂରେ ଥାଉ ପଛେ ଲାଗେ ଲୋ, ଅତି ନିକଟ
ଅତି ନିକଟ

ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ

ତୁ ସିନ୍ଦୂରେ ଲେଖିଦେ ମାଆ, ମୁଁ ପଠେଇବି ଘଟଗାଁ
ତୁ ସିନ୍ଦୂରେ ଲେଖିଦେ ମାଆ, ମୁଁ ପଠେଇବି ଘଟଗାଁ

ମାଆ ତାରିଣୀ କରିବ ଦୂରଲୋ, ସବୁ ସଙ୍କଟ, ସବୁ ସଙ୍କଟ

ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
ପାଟଲୋ ପାଟ
ପାଟଲୋ ପାଟ, ପାଟଲୋ ପାଟ



Credits
Writer(s): Alekh Biswal, Sriram Luhar
Lyrics powered by www.musixmatch.com

Link