Sata Janamara Sathi

ସାତ ଆକାଶର ଜହ୍ନ ତୋରି ମୁହଁରେ
ସାତ ସାଗରର ମୋତି ତୋରି ଦେହରେ

ମୁଁ ସାତ ଯୁଗ ସାତ ଜନମ, ସାତ ଯୁଗ ସାତ ଜନମ
ପାରି ହେଇଯିବି ତୋ ପ୍ରେମ ଢେଉରେ, ତୋ ପ୍ରେମ ଢେଉରେ

ସାତ ଆକାଶର ଜହ୍ନ ତୋରି ମୁହଁରେ
ସାତ ସାଗରର ମୋତି ତୋରି ଦେହରେ

ତୋ ହାତ ଧରି ବାଟ ଚାଲୁଥିଲେ
ସାତ ପୃଥିବୀ ମୋତେ ଲାଗିବ ଛୋଟ
ତୋ ପାଖେ ବସି କାହାଣୀ କହିଲେ
ସାତ ରାମାୟଣ ମୋତେ ହେବ ନିଅଣ୍ଟ

ମୁଁ ସାତ ବେଦୀ ସାତ ଚଉଠି, ସାତ ବେଦୀ ସାତ ଚଉଠି
ପାରି ହେଇଯିବି ତୋ ପ୍ରେମ ଢେଉରେ, ତୋ ପ୍ରେମ ଢେଉରେ

ସାତ ଆକାଶର ଜହ୍ନ ତୋରି ମୁହଁରେ
ସାତ ସାଗରର ମୋତି ତୋରି ଦେହରେ

ତୋ ମନ ନେଇ ଭଲ ପାଉଥିଲେ
ସାତ ଜୀବନର ପ୍ରେମ ଲାଗିବ ଊଣା
ତୋ ପାଖେ ବସି ଗୀତ ଗାଉଥିଲେ
ସାତ ସୁର-ଛନ୍ଦ ଊଣା ପଡ଼ିବ ଜଣା

ମୁଁ ସାତ ଏନ୍ତୁଡ଼ି ସାତ ମଶାଣି, ସାତ ଏନ୍ତୁଡ଼ି ସାତ ମଶାଣି
ପାରି ହେଇଯିବି ତୋ ପ୍ରେମ ଢେଉରେ, ତୋ ପ୍ରେମ ଢେଉରେ

ସାତ ଆକାଶର ଜହ୍ନ ତୋରି ମୁହଁରେ
ସାତ ସାଗରର ମୋତି ତୋରି ଦେହରେ
ମୁଁ ସାତ ଯୁଗ ସାତ ଜନମ, ସାତ ଯୁଗ ସାତ ଜନମ
ପାରି ହେଇଯିବି ତୋ ପ୍ରେମ ଢେଉରେ, ତୋ ପ୍ରେମ ଢେଉରେ



Credits
Writer(s): Malay Mishra, Narendra Behera
Lyrics powered by www.musixmatch.com

Link