Bada Dian Bada Bandhu

କାଳିଆ ରେ ହେଇପାରୁ ତୁ ବଡ଼-ଦିଅଁ, ବଡ଼-ବନ୍ଧୁ
ତୋ ଆଗରେ ହେଇପାରେ ମୁଁ ଧୂଳି-କଣା, ଜଳ-ବିନ୍ଦୁ

ଜାଣିଥା ଏତିକି ମୁଁ କାନ୍ଦିଲେ ଥରେ
ଏତେ ଲୁହ ଅଛି ମୋର ଏ ଆଖିରେ

ଭସେଇ ଦେବି ତୋ ନୀଳସିନ୍ଧୁ
ଭସେଇ ଦେବି ତୋ ନୀଳସିନ୍ଧୁ

କାଳିଆ ରେ ହେଇପାରୁ ତୁ ବଡ଼-ଦିଅଁ, ବଡ଼-ବନ୍ଧୁ

ଜାଣିଚି ଏ ଜଗତ, ଯେତେକ ବିଷ୍ଣୁ-ଭକ୍ତ ତୋଠାରେ ରଖନ୍ତି ବିଶ୍ୱାସ
ହୁଅନ୍ତି ଦୁଖୀ ମଣିଷ
ଜାଣିଚି ଏ ଜଗତ, ଯେତେକ ବିଷ୍ଣୁ-ଭକ୍ତ ତୋଠାରେ ରଖନ୍ତି ବିଶ୍ୱାସ
ହୁଅନ୍ତି ଦୁଖୀ ମଣିଷ

ସେ ଭାବ ତୋଠି ରଖି, ଯଦି ମୁଁ ହେଲି ଦୁଃଖୀ
କାହିଁକି ଦେବୀ ତୋ ଦୋଷ?
ମୋ କର୍ମ-ଫଳ ଅବଶ୍ୟ

ହେଇବି ପାରେ ମୁଁ ଅଭାବି ମଣିଷ
ହତାଶରେ ଥରେ ଛାଡିଲେ ନିଶ୍ୱାସ

ନେତ ଉଡିଯିବ ବାନ୍ଧୁ-ବାନ୍ଧୁ
ତୋ ନେତ ଉଡିଯିବ ବାନ୍ଧୁ-ବାନ୍ଧୁ

କାଳିଆ ରେ ହେଇପାରୁ ତୁ ବଡ଼-ଦିଅଁ, ବଡ଼-ବନ୍ଧୁ

ତୋର ମୋର ଭିତରେ ଫରକ ଏତିକି ରେ
ମୁଁ ଯେ ନର, ତୁ ନାରାୟଣ
ସେ ଲାଗି ଏତେ ତୋ ଟାଣ
ହଁ, ତୋର ମୋର ଭିତରେ ଫରକ ଏତିକି ରେ
ମୁଁ ଯେ ନର, ତୁ ନାରାୟଣ
ସେ ଲାଗି ଏତେ ତୋ ଟାଣ

ଜାଣିଥା ଦୁନିଆଁରେ ଭକତ ନଥିଲେ ରେ
କା'ପାଇଁ ହେବୁ ଭଗବାନ?
କା'ପାଇଁ ତୋ ପ୍ରଭୁ-ପଣ?

ମୋ ପାପୀ ପେଟରେ ଭୋକ ଅଛି ଯେତେ
୬୦ ପଉଟି ଅଣ୍ଟିବନି ମୋତେ

ଚଳୁ କରିଦେବି ରାନ୍ଧୁ-ରାନ୍ଧୁ
ଚଳୁ କରିଦେବି ରାନ୍ଧୁ-ରାନ୍ଧୁ
ଭସେଇ ଦେବି ତୋ ନୀଳସିନ୍ଧୁ
ଭସେଇ ଦେବି ତୋ ନୀଳସିନ୍ଧୁ



Credits
Writer(s): Malaya Mishra, Panchanana Nayak
Lyrics powered by www.musixmatch.com

Link