Maa Ra Chaiti Jata

ଯୋଡ଼ି ମହୁରୀକୁ
ଯୋଡ଼ି ମହୁରୀକୁ ଧୁମସା ଢ଼ୋଲ ଦେ ବଜେଇ
ଏହେ ଢ଼ୋଲିଆ ଭାଇ
ଯୋଡ଼ି ମହୁରୀକୁ ଧୁମସା ଢ଼ୋଲ ଦେ ବଜେଇ
ଏହେ ଢ଼ୋଲିଆ ଭାଇ

ଚଇତି ପରବ ଆସିଛି, ତାରିଣୀ ଯାତରା ବସିଛି
ଚଇତି ପରବ ଆସିଛି, ତାରିଣୀ ଯାତରା ବସିଛି

ଢ଼ୋଲ ତାଳେ-ତାଳେ
ଢ଼ୋଲ ତାଳେ-ତାଳେ ସାରା ଘଟଗାଁ ଦେ ନଚେଇ
ଏହେ ଢ଼ୋଲିଆ ଭାଇ

ଯୋଡ଼ି ମହୁରୀକୁ ଧୁମସା ଢ଼ୋଲ ଦେ ବଜେଇ
ଏହେ ଢ଼ୋଲିଆ ଭାଇ

ଆନନ୍ଦପୁରରୁ ଢ଼େଙ୍କିକୋଟ ଯାଏଁ ଲାଗିଛି ଭକତ ଗହଳି
ପଣା ସଙ୍କରାନ୍ତି ଆସିଛି ବୋଲିରେ ଘଟଗାଁ ଉଠୁଛି ଉଚ୍ଛୁଳି
ହେ ଆନନ୍ଦପୁରରୁ ଢ଼େଙ୍କିକୋଟ ଯାଏଁ ଲାଗିଛି ଭକତ ଗହଳି
ପଣା ସଙ୍କରାନ୍ତି ଆସିଛି ବୋଲିରେ ଘଟଗାଁ ଉଠୁଛି ଉଚ୍ଛୁଳି

ତାରିଣୀ ବେଢ଼ାରେ
ତାରିଣୀ ବେଢ଼ାରେ ନାଚି-ନାଚି ଧୂଳି ଦେ ଉଡ଼େଇ
ଏ ଢ଼ୋଲିଆ ଭାଇ

ଯୋଡ଼ି ମହୁରୀକୁ ଧୁମସା ଢୋଲ ଦେ ବଜେଇ
ଏ ଢ଼ୋଲିଆ ଭାଇ

ପୂଜାଡ଼ାଲା ଧରି ମାଟିଘୋଡ଼ା ଧରି ଭକତ ହଜାର-ହଜାର
କରୁଣାମୟୀର ଦରଶନ ପାଇଁ ଆକୁଳ ମନରେ ଅଧିର
ହେ, ପୂଜାଡ଼ାଲା ଧରି ମାଟିଘୋଡ଼ା ଧରି ଭକତ ହଜାର-ହଜାର
କରୁଣାମୟୀର ଦରଶନ ପାଇଁ ଆକୁଳ ମନରେ ଅଧିର

ଭକତ ମନକୁ
ଭକତ ମନକୁ ଆଜି ଏ ଦିନକୁ ଦେ ଜମେଇ
ଏହେ ଢ଼ୋଲିଆ ଭାଇ

ଯୋଡ଼ି ମହୁରୀକୁ ଧୁମସା ଢ଼ୋଲ ଦେ ବଜେଇ
ଏହେ ଢ଼ୋଲିଆ ଭାଇ

ଚଇତି ପରବ ଆସିଛି, ତାରିଣୀ ଯାତରା ବସିଛି
ଚଇତି ପରବ ଆସିଛି, ତାରିଣୀ ଯାତରା ବସିଛି

ଢ଼ୋଲ ତାଳେ-ତାଳେ
ଢ଼ୋଲ ତାଳେ-ତାଳେ ସାରା ଘଟଗାଁ ଦେ ନଚେଇ
ଏହେ ଢ଼ୋଲିଆ ଭାଇ

ଯୋଡ଼ି ମହୁରୀକୁ ଧୁମସା ଢ଼ୋଲ ଦେ ବଜେଇ
ଯୋଡ଼ି ମହୁରୀକୁ ଧୁମସା ଢ଼ୋଲ ଦେ ବଜେଇ
ଆରେ ଦେ ବଜେଇ
ଆରେ ଦେ ବଜେଇ



Credits
Writer(s): Alekh Biswal, Sriram Luhar
Lyrics powered by www.musixmatch.com

Link