Daria pakhare Kalia Ghara

ଦରିଆ ସେପାଖେ ତୁ ବସିଅଛୁ
ଆଣ୍ଟ ବାନ୍ଧି ମନେ ତୋର
ଦରିଆ ସେପାଖେ ତୁ ବସିଅଛୁ
ଆଣ୍ଟ ବାନ୍ଧି ମନେ ତୋର

କେଉଁ ଜନମର ରାଗ ସୁଝଉଛୁ??
କେଉଁ ଜନମର ରାଗ ସୁଝଉଛୁ??

କହ ରେ କାଳିଆ ମୋର
କହ ରେ କାଳିଆ ମୋର

ଦରିଆ ସେପାଖେ ତୁ ବସିଅଛୁ
ଆଣ୍ଟ ବାନ୍ଧି ମନେ ତୋର

ପତର ତଳେ କି ପଥର ତଳେ ମୋ ଭାଗ୍ୟ ପଡ଼ିଛି ଯାଇ
ବାହୁନି-ବାହୁନି ଦିନ ବିତେ ହେଲେ ତୋ ମନକୁ ଛୁଏଁ ନାହିଁ

ସରି ଆସିଲାଣି ଆୟୁଷ ରେଖା ମୋ
ସରି ଆସିଲାଣି ଆୟୁଷ ରେଖା ମୋ

ପୁରି ଆସିଲାଣି ବେଳ
ପୁରି ଆସିଲାଣି ବେଳ

ଦରିଆ ସେପାଖେ ତୁ ବସିଅଛୁ
ଆଣ୍ଟ ବାନ୍ଧି ମନେ ତୋର

ଯୁଗ ଯୁଗ ଲାଗି ତୋର ମୋର ଭାବ
କ୍ଷୀର ଆଉ ନୀର ପରି
ଦିନେ ନା ଦିନେ ତ ରାଗରୁଷା ଭୁଲି
କରିବୁ ଦରିଆ ପାରି

ଏଇ ଆଶା ନେଇ ଅଛି ତତେ ଚାହିଁ
ଏଇ ଆଶା ନେଇ ଅଛି ତତେ ଚାହିଁ

ଭାବିଲେ ଭାବୁଥା ପର
ଭାବିଲେ ଭାବୁଥା ପର

ଦରିଆ ସେପାଖେ ତୁ ବସିଅଛୁ
ଆଣ୍ଟ ବାନ୍ଧି ମନେ ତୋର
ଦରିଆ ସେପାଖେ ତୁ ବସିଅଛୁ
ଆଣ୍ଟ ବାନ୍ଧି ମନେ ତୋର

କେଉଁ ଜନମର ରାଗ ସୁଝଉଛୁ?
କେଉଁ ଜନମର ରାଗ ସୁଝଉଛୁ?

କହ ରେ କାଳିଆ ମୋର
କହ ରେ କାଳିଆ ମୋର

ଦରିଆ ସେପାଖେ ତୁ ବସିଅଛୁ
ଆଣ୍ଟ ବାନ୍ଧି ମନେ ତୋର
ଦରିଆ ସେପାଖେ ତୁ ବସିଅଛୁ
ଆଣ୍ଟ ବାନ୍ଧି ମନେ ତୋର



Credits
Writer(s): Deepak Kumar, Rajanikant Nayak
Lyrics powered by www.musixmatch.com

Link