Tame Chanda Mu Tara

ତମେ ଚାନ୍ଦ ମୁଁ ତାର ଯୋଛନା
ମୁଁ ଫୁଲ ତମେ ତା ବାସନା
ମୋ ସିଦ୍ଧିର ତମେ ସାଧନା
ତମ ବିନୁ କିଛି ଭଲ ଲାଗେନା

ତମେ ଚାନ୍ଦ ମୁଁ ତାର ଯୋଛନା
ମୁଁ ଫୁଲ ତମେ ତା ବାସନା
ମୋ ସିଦ୍ଧିର ତମେ ସାଧନା
ତମ ବିନୁ କିଛି ଭଲ ଲାଗେନା

ହୋ, ସତ କହୁଛି ମୁଁ
ତମ ବିନୁ ମନ ଅଇନାରେ କାହା ଛବି ଦିଶେନା

ତମେ ଚାନ୍ଦ ମୁଁ ତାର ଯୋଛନା

ମୋ ଦୀପର ତମେ ସଳିତା
ତମେ କବି ମୁଁ ତମ କବିତା
ତମ ନାଉକାର ମୁଁ ନାବିକ
ମୁଁ ଭାବନା ତମେ ଭାବୁକ

ଏକ ବନେ ଗଛଲତା ହୋଇ
ରହି ଅଛେ, ଥିବା ରହି, ପ୍ରୀତି ଆମ ନୁହେଁ ଛଳନା

ତମେ ଚାନ୍ଦ ମୁଁ ତାର ଯୋଛନା
ମୁଁ ଫୁଲ ତମେ ତା ବାସନା
ମୋ ସିଦ୍ଧିର ତମେ ସାଧନା
ତମ ବିନୁ କିଛି ଭଲ ଲାଗେନା

ତମେ ଚାନ୍ଦ ମୁଁ ତାର ଯୋଛନା

ହୋ, ତମ ରାତିରେ ହେବି ମୁଁ ସପନ
ତମ ଆଖିରେ ହେବି ଅଞ୍ଜନ
ତମ ଉପଵନେ ହେବି ସୁମନ
କନ୍ଦ ତଳେ ବି ହେବାକୁ ମିଳନ

ଏକ ନଈ ର ଦୁଇ ଧାର ହୋଇ ଆମେ ଯିବା ବୋହି
ଆମେ ଦୁଇ ହୋଇ ପାରୁନା

ତମେ ଚାନ୍ଦ ମୁଁ ତାର ଯୋଛନା
ମୁଁ ଫୁଲ ତମେ ତା ବାସନା
ମୋ ସିଦ୍ଧିର ତମେ ସାଧନା
ତମ ବିନୁ କିଛି ଭଲ ଲାଗେନା

ତମେ ଚାନ୍ଦ ମୁଁ ତାର ଯୋଛନା

ତମ ବତିର ହେବି ମୁଁ ଶିଖା
ତମ ତରୁର ହେବି ମୁଁ ଶାଖା
ହୋ, ତମ ପାଦର ହେବି ନୁପୁର
ତମ ଗୀତର ହେବି ମୁଁ ସ୍ୱର

ବିନା ତାର ହୋଇ ଏ ଜଗତକୁ ଯିବା ଆମେ ଶୁଣାଇ
ମୁଁ ମନ୍ଦିର, ମୁଁ ତା ବାନା

ତମେ ଚାନ୍ଦ ମୁଁ ତାର ଯୋଛନା (ତମେ ଚାନ୍ଦ ମୁଁ ତାର ଯୋଛନା)
ମୁଁ ଫୁଲ ତମେ ତା ବାସନା (ମୁଁ ଫୁଲ ତମେ ତା ବାସନା)
ମୋ ସିଦ୍ଧିର ତମେ ସାଧନା (ମୋ ସିଦ୍ଧି ର ତମେ ସାଧନା)
ତମ ବିନୁ କିଛି ଭଲ ଲାଗେନା (ତମ ବିନୁ କିଛି ଭଲ ଲାଗେନା)

ସତ କହୁଛି ମୁଁ
ତମ ବିନୁ ମନ ଅଇନାରେ କାହା ଛବି ଦିଶେନା

ତମେ ଚାନ୍ଦ ମୁଁ ତାର ଯୋଛନା (ତମେ ଚାନ୍ଦ ମୁଁ ତାର ଯୋଛନା)
ମୁଁ ଫୁଲ ତମେ ତା ବାସନା (ମୁଁ ଫୁଲ ତମେ ତା ବାସନା)
ମୋ ସିଦ୍ଧିର ତମେ ସାଧନା (ମୋ ସିଦ୍ଧି ର ତମେ ସାଧନା)
ତମ ବିନୁ କିଛି ଭଲ ଲାଗେନା (ତମ ବିନୁ କିଛି ଭଲ ଲାଗେନା)

ତମେ ଚାନ୍ଦ ମୁଁ ତାର ଯୋଛନା (ତମେ ଚାନ୍ଦ ମୁଁ ତାର ଯୋଛନା)



Credits
Writer(s): Guru Mohanty, Pyarimohan
Lyrics powered by www.musixmatch.com

Link