Chhati Chiri Dele Tu

ତୁ ଡାକିଲୁ ଆ' ରେ, ମୁଁ ଡାକିଲି ଆ'
ମୋ ଆଖିରେ ଥା' ରେ, ମୋ ଛାତିରେ ଥା'

ତୁ କହିଲୁ ମନ ଦେ, ମୁଁ କହିଲି ମତେ ନେ
ତୁ କହିଲୁ ଧରା ଦେ, ମୁଁ କହିଲି ଧରି ନେ

ଏମିତିକା ଧରାଦେଲୁ ଖସିବାର ନାହିଁ ଯୁ'

ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ

ତୁ ସୁନାର ପାହାଡ଼
ମୁଁ ସୁନେଲି ଝରଣା
ତୋ ଗପ ମୋ ଗଜରା
ତୋ ଗୀତ ମୋ ଗହଣା
ହେ-ହେ-ହେ, ହୁଁ-ହୁଁ-ଉଁ

ମୁଁ ବାହୁଡ଼ା ଚଢ଼େଇ
ତୁ ବାଟର ଠିକଣା
ଏ ଦୁନିଆଁ ଅଚିହ୍ନା
ତୁ ଏକା ମୋ ଆପଣା

ତୁ କହିଲୁ ଦେରେ, ମୁଁ କହିଲି ନେ
ମୋ ଓଠର ଧାରେ ତୋ ହସ ବୋଳିଦେ

ହାଏ, ତୁ କହିଲୁ ତାରା ଦେ, ମୁଁ କହିଲି ଜହ୍ନ ନେ
ତୁ କହିଲୁ କଥା ଦେ, ମୁଁ କହିଲି ରାଣ ନେ

ଏମିତିକା ରାଣ ଦେଲୁ ଖସି ପାରୁନାହିଁ ମୁଁ

ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ

ତୁ ଏମିତି ବରଷା
ମୁଁ ଏମିତି ଚାତକ
ତୋ ସାଥିରେ ମିଶିଛି
ମୋ ଭାଗ୍ୟ ମୋ ଜାତକ

ଏ ଆକାଶ ଯେବେ ରେ
ଏ ମାଟିରେ ଲୋଟିବ
ଏ ଅତୁଟ ବନ୍ଧନ, ତୁଟିଲେ ତୁଟିବ

ତୁ କହିଲୁ ଥା' ରେ, ମୁଁ କହିଲି ଥା
ମୋ ମନରେ ତୋ ନାଆଁ, ତୋ ମନରେ ମୋ ନାଆଁ

ତୁ କାତ, ମୁଁ ନଉକା, ତୁ ମୋତି, ମୁଁ ଶାମୁକା
ତୁ ପକ୍ଷୀ, ମୁଁ ପବନ, ତୁ ଆଖି, ମୁଁ ସପନ

ସେଇ ସପନରୁ ତତେ କାଢ଼ି ପାରିବିନି ମୁଁ

ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ



Credits
Writer(s): Basantraj Samal, Malay Mishra
Lyrics powered by www.musixmatch.com

Link