Duba Barakoli Patara

ଦୁବ, ବରକୋଳି ପତର ତୋଳିଲି
ତୋଳିଲି ଆମ୍ବ ଡାଳିଆ
ଦୁବ, ବରକୋଳି ପତର ତୋଳିଲି
ତୋଳିଲି ଆମ୍ବ ଡାଳିଆ

କଷି ପଇଡ଼କୁ ତୋଳିଲା ବେଳକୁ
କଷି ପଇଡ଼କୁ ତୋଳିଲା ବେଳକୁ
ଦେଖିଲି ହସ ନାଲିଆ

ମୋ ଜଗା ଗଉଡ଼ୁଣୀ ମାଡ ଖିଆ
ମୋ ଜଗା ଗଉଡ଼ୁଣୀ ମାଡ ଖିଆ
ଦୁବ, ବରକୋଳି ପତର ତୋଳିଲି
ତୋଳିଲି ଆମ୍ବ ଡାଳିଆ

ଗୋପପୁର କଥା ଭୁଲିପାରୁ ନାହିଁ
ନୀଳାଚଳେ ପଡେ ମନେ
କଳ୍ପବଟ ମୂଳେ ବଇଁଶୀ ବଜାଏ
ନୀଇତି ମଧୁର ସୋନେ

ଗୋପପୁର କଥା ଭୁଲିପାରୁ ନାହିଁ
ନୀଳାଚଳେ ପଡେ ମନେ
କଳ୍ପବଟ ମୂଳେ ବଇଁଶୀ ବଜାଏ
ନୀଇତି ମଧୁର ସୋନେ

ଥକି ସାନି ଯୋଗ ଭୁଲିଛି ମୋ ଜଗା
ଥକି ସାନି ଯୋଗ ଭୁଲିଛି ମୋ ଜଗା
ରାଧା ପ୍ରେମ ପାଗଳିଆ

ମୋ ଜଗା ଗଉଡ଼ୁଣୀ ମାଡ ଖିଆ
ମୋ ଜଗା ଗଉଡ଼ୁଣୀ ମାଡ ଖିଆ
ଦୁବ, ବରକୋଳି ପତର ତୋଳିଲି
ତୋଳିଲି ଆମ୍ବ ଡାଳିଆ

ଚନ୍ଦନ, କର୍ପୂର ବିଷ ପରି ଲାଗେ
ମାଜଣାରେ ନାହିଁ ମନ
ଷାଠିଏ ପଉଟି ତୁଚ୍ଛ କରି ଜଗା
ଝୁରୁଥାଏ ବୃନ୍ଦାବନ

ଚନ୍ଦନ କର୍ପୂର ବିଷ ପରି ଲାଗେ
ମାଜଣାରେ ନାହିଁ ମନ
ଷାଠିଏ ପଉଟି ତୁଚ୍ଛ କରି ଜଗା
ଝୁରୁଥାଏ ବୃନ୍ଦାବନ

ରତ୍ନ ସିଂହାସନ ଛାଡି ମୋ କାଳିଆ
ରତ୍ନ ସିଂହାସନ ଛାଡି ମୋ କାଳିଆ
ଧରିଛି ପ୍ରେମ ଥାଳିଆ

ମୋ ଜଗା ଗଉଡ଼ୁଣୀ ମାଡ ଖିଆ
ମୋ ଜଗା ଗଉଡ଼ୁଣୀ ମାଡ ଖିଆ
ଦୁବ, ବରକୋଳି ପତର ତୋଳିଲି
ତୋଳିଲି ଆମ୍ବ ଡାଳିଆ

ଦୁବ, ବରକୋଳି ପତର ତୋଳିଲି
ତୋଳିଲି ଆମ୍ବ ଡାଳିଆ

କଷି ପଇଡ଼କୁ ତୋଳିଲା ବେଳକୁ
କଷି ପଇଡ଼କୁ ତୋଳିଲା ବେଳକୁ
ଦେଖିଲି ହସ ନାଲିଆ

ମୋ ଜଗା ଗଉଡ଼ୁଣୀ ମାଡ ଖିଆ
ମୋ ଜଗା ଗଉଡ଼ୁଣୀ ମାଡ ଖିଆ
ମୋ ଜଗା ଗଉଡ଼ୁଣୀ ମାଡ ଖିଆ
ମୋ ଜଗା ଗଉଡ଼ୁଣୀ ମାଡ ଖିଆ



Credits
Writer(s): Sameer Naag, Swami Arup Nanda
Lyrics powered by www.musixmatch.com

Link