Jai Jagannatha

ତମେ ଚାହିଁଲ ବୋଲି ଚକାଆଖି
ତମେ ଚାହିଁଲ ବୋଲି ଚକାଆଖି
ଶ୍ରୀକ୍ଷେତ୍ରେ ପାଇଲା ନୂଆ ଉପମାନ

ଲାଗେ ଚାରି ଧାମ ସତେ ବୁଲୁଛି ଆଜି
ଲାଗେ ଚାରି ଧାମ ସତେ ବୁଲୁଛି ଆଜି
କରୁଛି ଯେବେ ମୁଁ ତୁମ ପରିକ୍ରମା

ଆଜି ଶ୍ରୀବଡଦାଣ୍ଡ ଖୁସି
ଆଜି ବାଇଶି ପାହାଚ ଖୁସି
ଆଜି ସିଂହଦୁଆର ଖୁସି
ମେଘନାଦ ପାଚେରୀ ଖୁସି

ହେଲା ଜୀବନ ଧନ୍ୟ, ଲୋଭିଲି ପୁଣ୍ୟ
ହେବି ମୁଁ ବୈକୁଣ୍ଠଗାମୀ

ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଯୁଗ ଯୁଗରୁ ଯାହା ସପନ ଥିଲା
ସେହି ଦିବ୍ୟ ପରିକ୍ରମା ପୂରଣ ହେଲା
ଯେଉଁ ପଥେ ସାଧୁ ସନ୍ଥ ଚାଲୁଥିଲେ ଦିନେ
ସେହି ପଥେ ପାଦ ପଡି ଦୁଃଖ ମୋ ଗଲା

ଯୁଗ ଯୁଗରୁ ଯାହା ସପନ ଥିଲା
ସେହି ଦିବ୍ୟ ପରିକ୍ରମା ପୂରଣ ହେଲା
ଯେଉଁ ପଥେ ସାଧୁ ସନ୍ଥ ଚାଲୁଥିଲେ ଦିନେ
ସେହି ପଥେ ପାଦ ପଡି ଦୁଃଖ ମୋ ଗଲା

ଆଜି ରାଜା ଇନ୍ଦ୍ରଦ୍ୟୁମ୍ନ ଖୁସି
ଆଜି ଶ୍ରୀନୀଳଚକ୍ର ଖୁସି
ଆଜି ପତିତପାବନ ଖୁସି
ମେଘନାଦ ପାଚେରୀ ଖୁସି

ଆଜି ଆହାଃ କି ଭାଗ୍ୟ! ଫିଟିଛି ଯୋଗ
ହେବି ମୁଁ ଦିବ୍ୟଗାମୀ

ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଶ୍ରୀମନ୍ଦିର ପରିକ୍ରମା ମୁକ୍ତିର ପଥ
ସେଇ ପଥେ ଉଭା ସ୍ୱୟଂ ଶ୍ରୀଜଗନ୍ନାଥ
ଧର୍ମ, ଅର୍ଥ, କାମ, ମୋକ୍ଷ ବୈକୁଣ୍ଠ ଦ୍ୱାର
ଦରଶନେ ରୋଗ ଶୋକ ହୁଅଇ ଦୂର

ଶ୍ରୀମନ୍ଦିର ପରିକ୍ରମା ମୁକ୍ତିର ପଥ
ସେଇ ପଥେ ଉଭା ସ୍ୱୟଂ ଶ୍ରୀଜଗନ୍ନାଥ
ଧର୍ମ, ଅର୍ଥ, କାମ, ମୋକ୍ଷ ବୈକୁଣ୍ଠ ଦ୍ୱାର
ଦରଶନେ ରୋଗ ଶୋକ ହୁଅଇ ଦୂର

ଆଜି ଚାରି ଦୁଆର ଖୁସି
ଆଜି ନୀଳାଚଳ ଧାମ ଖୁସି
ଆଜି ଓଡ଼ିଶା ମାଟି ଖୁସି
ଖୁସି ଆଜି ଜଗତ ବାସୀ

ସେଇ ଦିବ୍ୟରେଣୁ ବୋଳି ମଥାରେ
ହେବି ମୁଁ କୈବଲ୍ୟକାମୀ

ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ହେ ବିଶ୍ବବିହାରୀ ବିଶ୍ୱ ଜନ ପାଇଁ
ସାହାଣ ଦେଇଛ ମେଲି
ତୁମ ଦରଶନେ ତୃପ୍ତ ହୁଏ ମନ
ଜାତି, ଭାଷା, ଭେଦ ଭୁଲି

ତୁମ ଆଖିରେ ତ ସଭିଏଁ ସମାନ
ତୁମେ ତ ସବୁରି ଦିଅଁ
ବରଷକୁ ଥରେ ମନ୍ଦିରୁ ବାହାରି
ତୁମେ ଦରଶନ ଦିଅ

ତୁମ ପରସରେ ନାଥ
ଧନ୍ୟ ହୁଏ ଦିବ୍ୟ ପଥ
ତୁମ ପରସରେ ନାଥ
ଧନ୍ୟ ହୁଏ ଦିବ୍ୟ ପଥ

ସେଇ ପରିକ୍ରମା ପଥ ଯୁଗ ଯୁଗ ଯାଏଁ
କରୁଥିବ ଆନୁଗାମୀ

ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ



Credits
Writer(s): Bapu Goswami, Prem Anand
Lyrics powered by www.musixmatch.com

Link