Nilagiri Jagannatha

ନୀଳ ଗିରି ଜଗନ୍ନାଥ ଚରଣେ ଶରଣ
ଦିନ ଅଚ୍ୟୁତର ଭାବ ଭୟ ନିବାରଣ
ନମାମି ଶ୍ରୀ ନୀଳଗିରି ନମଃ ପୁରୁଷୋତ୍ତମ
ସକଳ ବେଦ ପୁରାଣେ ପ୍ରଥମେ ତୋ ନାମ
ନମସ୍ତେ ହେ ନୀଳାଚଳପତି ଜଗନ୍ନାଥ
ତୋହରି ପାଦ ପଙ୍କଜେ ଲୋଟୁ ମୋର ମାଥ
ଜୟ ଜୟ ଜଗନ୍ନାଥ ନୀଳଗିରି ବାସୀ
ଜୟ ଜୟ ଜଗନ୍ନାଥ ପରଂବ୍ରହ୍ମ ରାଶି
ବୌଦ୍ଧ ରୂପେ ଧରି ନାଥ ମୋଉନେ ବସିଛ
ଅରୁପାନନ୍ଦ ମୁରତି ଭଗତେ ତାରୁଛ
ପାଦ ପାଣି ନାହିଁ ନାଶା କର୍ଣ୍ଣ ଗୁପ୍ତ କରି
ପରଂବ୍ରହ୍ମ ଚିଦାନନ୍ଦ ଲୀଳା ଅଛ ଧରି
ନୀଳାଚଳେ ଲୀଳା ମାନ ଲଗାଇ ଗୋସାଇଁ
ତିନି ରୂପ ପ୍ରକାଶିଛ କଳିଯୁଗ ପାଇଁ
କେଉଁ ରୂପ ଧ୍ୟାଇ ତୋର କରିବି ଜଣାଣ
ମୁକତି ଲାଗି ଅଚ୍ୟୁତି ପଶିଲା ଶରଣ



Credits
Writer(s): Shantonu, Achyuta Nanda
Lyrics powered by www.musixmatch.com

Link