Madhaba He Madhaba

ମାଧବ, ହେ ମାଧବ, ମାଧବ
ମାଧବ ହେ ମାଧବ

ମୁଠେ ପଖାଳରେ ପେଟ ପୁରେ ମୋର
ମୁଠେ ପଖାଳରେ ପେଟ ପୁରେ ମୋର
ଛପନ ଭୋଗରେ ନାହିଁତ ଲୋଭ

ମାଧବ ହେ ମାଧବ, ହେ ମାଧବ
ମାଧବ ହେ ମାଧବ

ଝାଟି ମାଟି ଘରେ ସବୁ ସୁଖ ମୋର
ଝାଟି ମାଟି ଘରେ ସବୁ ସୁଖ ମୋର
ରାଜ ମହଲରେ ନାହିଁତ ଲୋଭ

ମାଧବ ହେ ମାଧବ, ହେ ମାଧବ
ମାଧବ ହେ, ମାଧବ

ବାଟିଏ ସମ୍ପତି ଲୋଡ଼ା ନାହିଁ ମୋର
କି ପାଦ ମାଟିରେ ହେଇଚି ଠିଆ
ମିଛରେ କାହିଁକି ଲୋଭ କରିବିରେ?
ଏ ଦେହରେ ଦିନେ ଲାଗିବ ନିଆଁ

ଖଣ୍ଡିଏ ଲୁଗାରେ ଲାଜ ଲୁଚେ ମୋର
ଖଣ୍ଡିଏ ଲୁଗାରେ ଲାଜ ଲୁଚେ ମୋର
ଖଣ୍ଡୁଆ ପାଟରେ ନାହିଁ ତ ଲୋଭ

ମାଧବ ହେ ମାଧବ, ହେ ମାଧବ
ମାଧବ ହେ, ମାଧବ

ତୋ ଜାଗାରେ ତୁ ଭଲରେ ଅଛୁରେ
ମୋ ଜାଗାରେ ମୁଁ ଭଲରେ ଅଛି
ଓ, ଯେତିକି ଦେଇବୁ ସେତିକି ରେ ଶାନ୍ତି
ବେଶି ଆଉ ତତେ ମାଗୁନି କିଛି

ଛିଣ୍ଡା ମସିଣା ରେ ସୁଖ ନିଦ ମୋର
ଛିଣ୍ଡା ମସିଣା ରେ ସୁଖ ନିଦ ମୋର
ରତନ ଖଟରେ ନାହିଁତ ଲୋଭ

ମାଧବ ହେ ମାଧବ, ହେ ମାଧବ
ମାଧବ ହେ, ମାଧବ

ମୁଠେ ପଖାଳରେ ପେଟ ପୁରେ ମୋର
ମୁ ପଖାଳରେ ପେଟ ପୁରେ ମୋର
ଛପନ ଭୋଗରେ ନାହିଁତ ଲୋଭ

ମାଧବ ହେ ମାଧବ, ହେ ମାଧବ
ମାଧବ ହେ, ମାଧବ, ମାଧବ, ମାଧବ



Credits
Writer(s): Arun Mantri, Abhijit Majumdar
Lyrics powered by www.musixmatch.com

Link