Tunde Bolo Shirdi Sai

ତୁଣ୍ଡେ ବୋଲ ଶିରିଡ଼ି ସାଇ
ମୁଣ୍ଡେ ବୋଳ ବିଭୁତି ନେଇ
ତୁଣ୍ଡେ ବୋଲ ଶିରିଡ଼ି ସାଇ
ମୁଣ୍ଡେ ବୋଳ ବିଭୁତି ନେଇ

ସେ ଚିମୁଟା-ଧାରି ଚାହିଁଦେଲେ ତତେ ହେବୁ ତୁହି କାଳଜୟୀ
ଦୁଃଖ ତତେ ଛୁଇଁବ ନାହିଁ
ଦୁଃଖ ତତେ ଛୁଇଁବ ନାହିଁ
ଦୁଃଖ ତତେ ଛୁଇଁବ ନାହିଁ
ଦୁଃଖ ତତେ ଛୁଇଁବ ନାହିଁ

ତୁଣ୍ଡେ ବୋଲ ଶିରିଡ଼ି ସାଇ
ମୁଣ୍ଡେ ବୋଳ ବିଭୁତି ନେଇ

କେତେ ଜନ୍ମ ତପ ଫଳରେ ନର ଜନମ ହେଲୁ
ରହିବାକୁ ସାଧୁ ମେଳରେ ବାବୁ ଭୁଲି ତୁ ଗଲୁ
କାମ, କ୍ରୋଧ, ଲୋଭ, ମୋହ ଟି ବାନ୍ଧି ରଖିଲା ତତେ
କାମିନୀ, କାଞ୍ଚନ ପଛରେ ଧାଇଁ ଲୁହ ପିରତେ

ବାଟ ଆଉ ଭୁଲି ଯାଆନା
ଦୂରେ-ଦୂରେ ଆଉ ରହନା
ବାଟ ଆଉ ଭୁଲି ଯାଆନା
ଦୂରେ-ଦୂରେ ଆଉ ରହନା

ଡେରି କରିଦେଲେ ନେଡି ଗୁଡ଼ ତୋର କହୁଣୀକୁ ଯିବ ବୋହି
କାନ୍ଦିବୁ ରେ ଲୁହ ଝରେଇ
କାନ୍ଦିବୁ ରେ ଲୁହ ଝରେଇ

ତୁଣ୍ଡେ ବୋଲ ଶିରିଡ଼ି ସାଇ
ମୁଣ୍ଡେ ବୋଳ ବିଭୁତି ନେଇ

ଶିରିଡ଼ି ଧାମରେ ଝରଇ ସଦା ସ୍ୱର୍ଗ ଅମୃତ
ପାନ କରିବାକୁ ବଳୁଣି ବାବୁ ତୋହରି ଚିତ
ଏଠି-ସେଠି ତୁହି ବସୁଛୁ ଖୋଳ ବୁଦ୍ଧିକୁ ନେଇ
ସାଇ ମନ୍ଦିରରେ ବସୁନୁ କେବେ ଘଡ଼ିଏ ଯାଇ

ଭକତଙ୍କ ମେଳା ଚାଲିଛି
ସାଇ ବାବା ଲୀଳା କରୁଛି
ଭକତଙ୍କ ମେଳା ଚାଲିଛି
ସାଇ ବାବା ଲୀଳା କରୁଛି

ଡେରି କରିଦେଲେ ନେଡି ଡ଼ ତୋର କହୁଣୀକୁ ଯିବ ବୋହି
ଯା'ରେ ଦେଖିବୁ ତୁହି, ସାଇ ପାଦେ ମୁଣ୍ଡ ନୁଆଇ

ତୁଣ୍ଡେ ବୋଲ ଶିରିଡ଼ି ସାଇ
ମୁଣ୍ଡେ ବୋଳ ବିଭୁତି ନେଇ
ତୁଣ୍ଡେ ବୋଲ ଶିରିଡ଼ି ସାଇ
ମୁଣ୍ଡେ ବୋଳ ବିଭୁତି ନେଇ

ସେ ଚିମୁଟା-ଧାରି ଚାହିଁଦେଲେ ତତେ ହେବୁ ତୁହି କାଳଜୟୀ
ଦୁଃଖ ତତେ ଛୁଇଁବ ନାହିଁ
ଦୁଃଖ ତତେ ଛୁଇଁବ ନାହିଁ



Credits
Writer(s): Narendra Kumar, Dilip Jena
Lyrics powered by www.musixmatch.com

Link