Adhei Dinku Dhana

ଅଢ଼େଇ ଦିନକୁ ଧନ ଆସିଅଛୁ ତୁହି
ମିଛରେ ଲୋଭ କରୁଛୁ ମୋର-ମୋର କହି
ଅଢ଼େଇ ଦିନକୁ ଧନ ଆସିଅଛୁ ତୁହି
ମିଛରେ ଲୋଭ କରୁଛୁ ମୋର-ମୋର କହି

ଦିନ ବୁଡ଼ିଲାଣି ଦେଖ, ଲେଉଟିଲା ଛାଇ
ଦିନ ବୁଡ଼ିଲାଣି ଦେଖ, ଲେଉଟିଲା ଛାଇ

ତୁଣ୍ଡରେ ଭଜୁଥା ଧନ, ଓଁ ଶିରିଡି ସାଇ, ଓଁ ଶିରିଡି ସାଇ

ଅଢ଼େଇ ଦିନକୁ ଧନ ଆସିଅଛୁ ତୁହି
ମିଛରେ ଲୋଭ କରୁଛୁ ମୋର-ମୋର କହି

ମୁଣ୍ଡ-ଝାଳ ତୁଣ୍ଡେ ମାରି ଖଟୁଛୁ ରେ ତୁହି
ମଲା ପରେ କେହି ମୁହଁ ଚାହିଁବେ ଟି ନାହିଁ
ମୁଣ୍ଡ-ଝାଳ ତୁଣ୍ଡେ ମାରି ଖଟୁଛୁ ରେ ତୁହି
ମଲା ପରେ କେହି ମୁହଁ ଚାହିଁବେ ଟି ନାହିଁ

ମଶାଣିରେ ଫିଙ୍ଗିଦେବେ, ମଲା-ଗଲା କହି
ମଶାଣିରେ ଫିଙ୍ଗିଦେବେ, ମଲା-ଗଲା କହି

ଖାଲି ହାତେ ଚାଲିଯିବୁ ସବୁ ଛାଡିଦେଇ, ସବୁ ଛାଡିଦେଇ

ଅଢ଼େଇ ଦିନକୁ ଧନ ଆସିଅଛୁ ତୁହି
ମିଛରେ ଲୋଭ କରୁଛୁ ମୋର-ମୋର କହି

ବେଳ ଥାଉଁ-ଥାଉଁ ତୁହି ହୁଅ ହୁସିଆର
ବାହୁଡ଼ା ବାଟକୁ ଚିନ୍ତା ନଥିବ ଟି ତୋର
ବେଳ ଥାଉଁ-ଥାଉଁ ଧନ ହୁଅ ହୁସିଆର
ବାହୁଡ଼ା ବାଟକୁ ଚିନ୍ତା ନଥିବ ଟି ତୋର

ଶିରିଡ଼ି ଧାମକୁ ଥରେ ଯା'ରେ ତୁ ଧାଇଁ
ଶିରିଡ଼ି ଧାମକୁ ଥରେ ଯା'ରେ ତୁ ଧାଇଁ

ମୁକ୍ତି-ପଥ ପାଇଯିବୁ ସାଇ କୃପା ପାଇ, ସାଇ କୃପା ପାଇ

ଅଢ଼େଇ ଦିନକୁ ଧନ ଆସିଅଛୁ ତୁହି
ମିଛରେ ଲୋଭ କରୁଛୁ ମୋର-ମୋର କହି
ଅଢ଼େଇ ଦିନକୁ ଧନ ଆସିଅଛୁ ତୁହି
ମିଛରେ ଲୋଭ କରୁଛୁ ମୋର-ମୋର କହି

ଦିନ ବୁଡ଼ିଲାଣି ଦେଖ, ଲେଉଟିଲା ଛାଇ
ଦିନ ବୁଡ଼ିଲାଣି ଦେଖ, ଲେଉଟିଲା ଛାଇ

ତୁଣ୍ଡରେ ଭଜୁଥା ଧନ, ଓଁ ଶିରିଡି ସାଇ, ଓଁ ଶିରିଡି ସାଇ



Credits
Writer(s): Narendra Kumar, Dilip Jena
Lyrics powered by www.musixmatch.com

Link