Kathata Ta Atike

କଥା ତ ଏତିକି ତୁମେ ମୋ ପାଇଁ
ଦୁଃଖ ସହି ମତେ କରିବାକୁ ଚାହଁ ସୁଖି
କଥା ତ ଏତିକି ତୁମେ ମୋ ପାଇଁ
ଦୁଃଖ ସହି ମତେ କରିବାକୁ ଚାହଁ ସୁଖି

କଥା ବି ଏତିକି ତୁମକୁ ପାଇ ମୁଁ
ଦୁନିଆରେ ଆଜି ବଞ୍ଚିବା ଯାଇଚି ଶିଖି

କଥା ତ ଏତିକି
କଥା ତ ସେତିକି

ସପନ ଦେଖୁଚି, ସତବି କରିଚି
ଦୁନିଆ ଛାଡ଼ି ମୁଁ ଦୁନିଆ ପାଇଚି
ତୁମକୁ ଚୋରାଇ ନେଇ ମୁଁ ଆସିବି
ସୁଖର ବଦଳେ ଦୁଃଖ ଯେ ଦେଇଚି

କଥା ତ ଏତିକି ଏ ଯାଏଁ ରହିଚି ଗାଲରେ କଜଳ
ଲୁହତ ଯାଇଛି ଶୁଖି

କଥା ତ ଏତିକି ତୁମେ ମୋ ପାଇଁ
ଦୁଃଖ ସହି ମତେ କରିବାକୁ ଚାହଁ ସୁଖି

କଥା ତ ଏତିକି
କଥା ତ ସେତିକି

ଫୁଲର ଶେଯରେ ଦିନେ ଯେ ଶୁଇଚି
କଣ୍ଟାର ଶେଯରେ ସେ ଆଜି ଶୁଉଚି
ତୁମରି କୋଳରେ ମଥା ଯେ ରଖିଚି
ନିଜ ହାତେ ସେତ ସରଗ ପାଇଚି

କଥା ତ ଏତିକି ଏ ମିଠା କଥାରେ
ଏ ମିଠା ପ୍ରେମରେ ଲୁହ ମୋ ଯାଉଚି ଶୁଖି
କଥା ବି ଏତିକି ତୁମକୁ ପାଇ ମୁଁ
ଦୁନିଆରେ ଆଜି ବଞ୍ଚିବା ଯାଇଚି ଶିଖି

କଥା ବି ଏତିକି ଆମ ଦୁଃଖ ସୁଖ
ହସ ଆଉ ଲୁହର ଦୁହେଁ ତ ଦୁହିଁଙ୍କ ସାଥୀ



Credits
Writer(s): Sirsananda Daskanungo, Akshaya Mohanty, Debadas Chhotray
Lyrics powered by www.musixmatch.com

Link